ବିପ୍ଳବୀ ଆନନ୍ଦ ଚନ୍ଦ୍ର ସ୍ମୃତି ଜେନା କମିଟି ପକ୍ଷରୁ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ କେନ୍ଦ୍ରାପଡାର ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ କରାଯାଇଛି । ଏହି ଉପଲକ୍ଷେ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ଗରାପୁସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଜିଲ୍ଲାର ନୂତନ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଭେଟି ପୁଷ୍ପଗୁଛ, ବିପ୍ଳବୀଙ୍କ ରଚିତ ପୁସ୍ତକ “ଦୁଖିନୀ କନିକା” ପ୍ରଦାନ କରାଯାଇ ସ୍ୱାଗତ ଓ ସମ୍ବର୍ଦ୍ଧିତ କରାଯାଇଛି । ଗାନ୍ଧିଜୀଙ୍କ ସାବରମତୀ ଆଶ୍ରମର ପ୍ରଥମ ଓଡିଆ ଛାତ୍ର ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ଯିଏ କି ନିଜର ସମସ୍ତ ସ୍ୱାର୍ଥକୁ ତ୍ୟାଗ କରିଥିବା ବେଳେ ଇଂରେଜ ସରକାର ତାଙ୍କର ୪୨ ଏକର ଜମି ବ୍ୟାଜ୍ୟାପ୍ତି କରିବା ସହିତ ତାଙ୍କ ଦ୍ୱାରା ରଚିତ “ଦୁଃଖିନୀ କନିକା” ପୁସ୍ତକକୁ ମଧ୍ୟ ନିଷିଦ୍ଧ ଘୋଷଣା କରିଥିଲେ । ଏସମ୍ପର୍କରେ ଗାନ୍ଧିଜୀଙ୍କ “ୟଙ୍ଗ ଇଣ୍ଡିଆ” ପତ୍ରିକାରେ ସମ୍ବାଦ ପ୍ରକାଶ ପାଇଥିଲା । ବିପ୍ଳବୀ ଜେନାଙ୍କୁ ୭ ଥର କାରାବରଣ କରିିବାକୁ ପଡିଥିବା ବେଳେ ସ୍ୱାଧୀନତା ପୂର୍ବରୁ ତାଙ୍କୁ ଖାଦ୍ୟରେ ବିଷ ଦିଆଯାଇ ମାରିଦିଆଯାଇଥିଲା । ଯାହାଙ୍କ ପାଇଁ ଆମ ଜିଲ୍ଲା ଗର୍ବିତ ଏ ସମ୍ପର୍କରେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ରଚନା ବଳି ପୁସ୍ତକ ମଧ୍ୟ ପ୍ରଦାନ କରାଯାଇଥିଲା । ସ୍ମୃତି କମିଟିର ସଭାପତି କରୁଣା କର ଦାସ, ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ, ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ସରକାରୀ ଆଇନଜିବି ସଂଜୟ ଜେନା, ମନୋଜ ସାହୁ, ରମାକାନ୍ତ ସ୍ୱ୍‌ାଇଁ, ନିରଞ୍ଜନ ବଳ, ସ୍ମୃତି ରଂଜନ ସିଂ, ହାଡି ବନ୍ଧୁ ସିଂ, ବ୍ରଜ ସୁନ୍ଦର ରାଉତ, ଇତିହାସ ଲେଙ୍କା , ଅରୁଣ ପ୍ରସାଦ ଦାସ, ନିହାର ରଂଜନ ମହାପାତ୍ର, ସେକ ଅଜିମୁଦ୍ଦିନ, ଅଫସର ଅଲ୍ଲୀ ବକ୍ସ, ,ଶେଷଦେବ ଦାସ, ଧିରେନ୍ଦ୍ର କୁମାର ଦାସ, ସତ୍ୟବ୍ରତ ସିଂ, କିଶୋର ଚନ୍ଦ୍ର ପ୍ରଧାନ, ଅକ୍ଷୟପ୍ରିୟ ଦାସ, ଦୀପକ କୁମାର ପ୍ରଧାନ ପ୍ରମୁଖ ପୁଷ୍ପ ଗୁଚ୍ଛ, ବିପ୍ଳବୀଙ୍କ ଜୀବନୀ ଉପହାର ଦେଇ ସ୍ୱାଗତ କରିବା ସହିତ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ସାଧାରଣ ଗରିବ ଓ ନିରାଶ୍ରୟ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ସହ ଜିଲ୍ଲାର ବିକାଶ କରିବା ନିମନ୍ତେ ନିବେଦନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ