କାର୍ଯ୍ୟରେ ଯୋଗଦେଲେ ନବନିଯୁକ୍ତ ଶିକ୍ଷୟିତ୍ରୀ ଆଇ.ଶୋଭାରାଣୀ

ଆସିକା  (ୱାଇଏନ୍‍ଏସ୍‍) :ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମେତ ୭ଟି ବିଭାଗ ପକ୍ଷରୁ ଗତକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ୧୫ତମ ନିଯୁକ୍ତି ମେଳାରେ ୪୬୨୩ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି । ସେଥିମଧ୍ୟରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ସମଗ୍ର ରାଜ୍ୟରେ ୪୧୧୩ ଜଣ ନିଯୁକ୍ତି ପାଇଥିବା ଲକ୍ଷ୍ୟ କରାଯାଇଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସିକା ବ୍ଳକ ଅନ୍ତର୍ଗତ ଦେବଭୂମୀ ଗ୍ରାମର ଗ୍ରାମ ପଞ୍ଚାୟତ ନୋଡାଲ୍‍ ହାଇସ୍କୁଲରେ ନୂତନ ଭାବେ ନିଯୁକ୍ତି ପାଇଥିବା କଳା ପାଠ୍ୟକ୍ରମର ଟ୍ରେନ୍‍ଡ ଗ୍ରାଜୁଏଟ୍‍ ଶିକ୍ଷକ ଆଇ.ଶୋଭାରାଣୀ ରାଓ ନିଜ କର୍ମକ୍ଷେତ୍ରରେ ଯୋଗଦେଇଥିବା ଜଣାପଡିଛି । ଏହି ଅବସରରେ ଗ୍ରାମ ପଞ୍ଚାୟତ ନୋଡାଲ୍‍ ହାଇସ୍କୁଲ ଦେବଭୂମୀର ପ୍ରଧାନଶିକ୍ଷକ ଲବ ସେଠୀଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ନବନିଯୁକ୍ତ ଶିକ୍ଷୟିତ୍ରୀ ଆଇ.ଶୋଭାରାଣୀ ରାଓଙ୍କୁ ସ୍ୱାଗତ ଜଣାଇଥିଲେ । ଆସିକା ଏନ୍‍ଏସି ଅଧୀନସ୍ଥ ୧୫ ନମ୍ବର ୱାର୍ଡର ଯୁବ ସମାଜସେବୀ ଆଇ.ଚେନ୍‍ବାବୁ ରାଓ (ବୁଦୁଲୁ) ଓ ଗୃହିଣୀ ଆଇ.ବିମଳା ରାଓଙ୍କ ସୁକନ୍ୟା ଆଇ.ଶୋଭାରାଣୀ ରାଓ ଜଣେ ମେଧାବୀ ଛାତ୍ରୀ ରୂପେ ଆସିକା ଅଞ୍ଚଳରେ ଅତୀତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଥିଲା ବେଳେ ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ପାଠପଢି କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଉଚ୍ଚଶିକ୍ଷା ଲାଭ କରି ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନିଯୁକ୍ତି ପାଇ ଆସିକା ବ୍ଳକ ଅନ୍ତର୍ଗତ ଦେବଭୂମୀ ଗ୍ରାମ ସ୍ଥିତ ଗ୍ରାମ ପଞ୍ଚାୟତ ନୋଡାଲ୍‍ ହାଇସ୍କୁଲରେ କଳା ପାଠ୍ୟକ୍ରମର ଟ୍ରେନ୍‍ଡ ଗ୍ରାଜୁଏଟ୍‍ ଶିକ୍ଷୟିତ୍ରୀ ରୂପେ ନିଯୁକ୍ତି ପାଇ ନିଜର କର୍ମମୟ ଜୀବନ ଆରମ୍ଭ କରିଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂତନ ଭାବେ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ ଆଇ.ଶୋଭାରାଣୀ ରାଓଙ୍କୁ ଯୁବ ସମାଜସେବୀ ମନୋଜ କୁମାର ଦାଶ, ଅବସରପ୍ରାପ୍ତ ସାମରିକ କର୍ମଚାରୀ ଦେବେନ୍ଦ୍ରନାଥ ବେହେରା, ଆଇନଜୀବୀ ମହେଶ୍ୱର ବେହେରାଙ୍କ ସମେତ ବହୁ ସଚେତନ ନାଗରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସାଙ୍ଗକୁ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ