ସ୍ବିଟ୍ ଚ୍ୟାରିଟେବୁଲ୍ ଟ୍ରଷ୍ଟ ର ବାର୍ଷିକ ଉତ୍ସବ ପାଳିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ସରସ୍ବତୀ ମହିଳା ଶିକ୍ଷା ଓ ସଶକ୍ତି କରଣ ଚ୍ୟାରିଟେବୁଲ୍ ଟ୍ରଷ୍ଟ ର ବାର୍ଷିକ ଉତ୍ସବ ଆଜି ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଭିତରାମଦା ଗ୍ରାମ ପଞ୍ଚାୟତ ଜାରିତାଣ୍ଡି ଉଚ୍ଚବିଦ୍ୟାଳୟ ଛୋକ ନିକଟସ୍ଥ ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ସ୍ବିଟ୍ ଚ୍ୟାରିଟେବୁ୍ଲ ଟ୍ରଷ୍ଟ ର ପ୍ରତିଷ୍ଠାତ୍ରୀ ତଥା ଅଧ୍ୟକ୍ଷା ସରସ୍ବତୀ କିସ୍କୁ’ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ପହଞ୍ଚିଥିବା ମହିଳା ସଦସ୍ୟ’ଙ୍କୁ ଟ୍ରଷ୍ଟ ର ଲକ୍ଷ,କାର୍ଯ୍ୟକୁଶଳତା ଓ ଗ୍ରାମିଣ ମହିଳା ମାନଙ୍କ ଆର୍ଥିକ ଦକ୍ଷତା ବୃଦ୍ଧି ଓ ଶିଶୁ ମାନଙ୍କ ଉତ୍ତମ ଶିକ୍ଷା ର ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଇ ମୟୁରଭଞ୍ଜବାସୀ’ଙ୍କ ପାଇଁ ଏକ ଇଂରାଜୀ ମାଧ୍ୟଭ ସ୍ବିଟ୍ ଅଙ୍ଗନ୍’ କୋଚିଙ୍ଗ ସେଣ୍ଟର ପ୍ରକଳ୍ପ କାର୍ଯ୍ୟର ଆଜି ଉଦ୍ଘାଟନ କରିଥିଲେ।ପ୍ରଥମ ପର୍ଯ୍ୟାୟରେ ୬୦’ଟି ସ୍ବିଟ୍ ଅଙ୍ଗନ କେନ୍ଦ୍ରକୁ ସାମିଲ କରାଯାଇ ପଞିକୃତ ହୋଇଥିବା ସ୍ବିଟ୍ ଅଙ୍ଗନ’ କେନ୍ଦ୍ର ର ଶିକ୍ଷୟିତ୍ରୀ ମାନଙ୍କୁ ପରିଚୟ ପତ୍ର ଓ ସିଲାବସ୍ ବହି(ପୁସ୍ତକ) ବଣ୍ଟନ କରାଯାଇଥିଲା।ଆଗକୁ ଯାଇ ମୟୁରଭଞ୍ଜ ଜିଲ୍ଲାର ପ୍ରତି ବ୍ଲକର ପ୍ରତ୍ୟକ ଗ୍ରାମରେ ସ୍ବିଟ୍ ଚ୍ୟାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ “ସ୍ବିଟ୍ ଅଙ୍ଗନ୍’ କୋଚିଙ୍ଗ ସେଣ୍ଟର ଖୋଲିବାକୁ ଲକ୍ଷ ରଖା ଯାଇଛି।ଏଥିରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତର ଶିଶୁ ମାନଙ୍କୁ ହିନ୍ଦୀ,ଇଂରାଜୀ,ଓଡିଆ ଏବଂ ଓଲ୍ଚିକି ଶିକ୍ଷା ର ବ୍ୟବସ୍ଥା କରାଯାଇଛି। ଏହା ବ୍ୟତିତ ଗ୍ରାମିଣ ମହିଳା ମାନଙ୍କୁ ସ୍ବାବଲମ୍ବି କରାଯିବାକୁ ଟେଲରିଂ,ଖେଳନା ତିଆରି,ଚାନ୍ଦୁଆ ତିଆରି,ଶାଢୀ ଏମ୍ବ୍ରୋଡୋରୀ,ତନ୍ତ ବୁଣା ଲୁଗା ତିଆରି,ଆଚାର,ବଡି,ପାମ୍ପଡ,ମସଲା ତିଆରି, ମିକ୍ସଚର, ଛତୁଆ, ପ୍ୟାକେଟିଂ,ବିଡି ତିଆରି,ଚପଲ ତିଆରି,ଖଲିପତ୍ର,ଦନା ତିଆରି,ବେତ ଓ ବାଉଁଶ କାରିଗରୀ,ମାଟି ପାତ୍ର(ଟେରାକଟା) ଶିକ୍ଷା,ଧୂପକାଠି,କ୍ୟାଣ୍ଡେଲ୍,ଚକ୍ ଖଡି,କର୍ପୂର,ଫିନାଇଲ,ସାବୁନ୍,ବ୍ଲିଚିଂ,ନେଲ୍ ପଲିସ୍,କସ୍ମେଟିକ୍ସ ଶିକ୍ଷା,ଅଣ୍ଡାରୁ ଛୁଆ ପ୍ରଜନନ,ଛତୁ ଚାଷ,ଖାଦ୍ୟ ସଂରକ୍ଷଣ,ଟସର ଚାଷ,ଡାଲି ତିଆରି,ଅଟାକଳ,ମିନି ରାଇସ୍ ସେଲର,କୁକୁଡା ପାଳନ,ଛେଳି ଓ ଗାଇ ପାଳନ ଇତ୍ୟାଦିର କାର୍ଯ୍ୟ କୁଶଳତା ଶିକ୍ଷା ପ୍ରଦାନ ନିମନ୍ତେ ଧନ୍ଦା ମୂଳକ ଶିକ୍ଷା କେନ୍ଦ୍ର ଖୋଲା ଯିବାକୁ ପ୍ରୟାସ ଜାରି ରହିଥିବା ବିଷୟରେ ଅଧ୍ୟକ୍ଷା ମହୋଦୟା ସୂଚନା ଦେଇଥିଲେ।ଅନୁଷ୍ଠିତ ହୋଇ ଯାଇଥିବା ଏହି ବାର୍ଷିକ ଉତ୍ସବ କାଯ୍ର୍ୟକ୍ରମରେ ବହଳଦା, ରାଇରଙ୍ଗପୁର, ଯଶିପୁର, ସୁକ୍ରୁଳି, କୁସୁମି, ବିଜାତଳା, ତିରିଂ’, କରଞ୍ଜିଆ, ବିଶୋଇ ତଥା ଜାମଦା ବ୍ଲକ ର ବହୁ ମହିଳା ଯୋଗଦେଇଥିଲେ।ଉପସ୍ଥିତ ମହିଳାମାନେ ସ୍ବିଟ୍ ଟ୍ରଷ୍ଟ ର ପ୍ରକଳ୍ପ ଓ କାର୍ଯ୍ୟକୁ ପ୍ରଶଂସା କରିଥିଲେ ଏବଂ ଏହା ମୟୁରଭଞ୍ଜ ଜିଲ୍ଲାରେ ପ୍ରଥମ ପ୍ରୟାସ ହୋଇଥିବା ପ୍ରକାଶ କରିଥିଲେ।ଏହାଦ୍ବାରା ମଫସଲ ତଥା ଗ୍ରାମିଣ ଅଞ୍ଚଳର ଶିଶୁମାନେ ଉତ୍ତମ ଶିକ୍ଷାଲାଭ ପାଇବା ସହିତ ଏହି ଟ୍ରଷ୍ଟ ଦ୍ବାରା ପ୍ରତ୍ୟକ ମହିଳା ସ୍ବାବଲମ୍ବି ହୋଇ ପାରିବେ ବୋଲି ସମସ୍ତେ ଆଶା ବ୍ୟକ୍ତ କରିଥିଲେ।ବିଭିନ୍ନ କୁଟୀର ଶିଳ୍ପ ଓ ଏହାର କାରିଗରୀ ଶିକ୍ଷା ଓ କ୍ରୟ ବିକ୍ରୟର ବ୍ୟବସ୍ଥା ଟ୍ରଷ୍ଟ ପକ୍ଷରୁ ଯୋଗାଇ ଦାଆଯିବାର ବ୍ୟବସ୍ଥା ରହିଛି।ସ୍ବିଟ୍ ଚ୍ୟାରିଟେବୁଲ୍ ଟ୍ରଷ୍ଟ ର ସଂପାଦିକା ମୀନା ମୁର୍ମୁ ଓ କୋଷାଧ୍ୟକ୍ଷା ଦାନଗୀ ମାର୍ଣ୍ଡି କାଯ୍ର୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ।