ହତ୍ୟା ଅଭିଯୁକ୍ତ କୋର୍ଟଚାଲାଣ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ରହଣିଆ ପଞ୍ଚାୟତ ନୂଆପୋଖରୀ ଠାରେ ୧୧ତାରିଖ ବିଳମ୍ବିତ ରାତ୍ରୀରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା । ପୁଲିସ ୧୨ତାରିଖ ଦିନ ଘଟଣାସ୍ଥଳ ପରିଦର୍ଶନ କରିବା ସହ ତଦନ୍ତ ଆରମ୍ଭ କରି ମୃତକ ମହିଳାଙ୍କ ଶାଶୂକୁ ଥାନାରେ ଅଟକ ରଖିଥିଲା । ଏହାପରେ ସନ୍ଦିଗ୍ଧ ସ୍ୱାମୀକୁ ମଧ୍ୟ ସେହିଦିନ ରାତିରେ ବାଲେଶ୍ୱର ଅଞ୍ଚଳର କୌଣସି ଏକ ଅଜ୍ଞାତ ସ୍ଥାନରୁ ଧରିବାରେ ସକ୍ଷମ ହୋଇଥିଲେ । ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଦୁଇଟି ମୋବାଇଲ, ଜୋତା , ଟର୍ଚ୍ଚଲାଇଟ ଜବତ ହୋଇଥିବାବେଳେ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା । ହତ୍ୟାକାଣ୍ଡର ସମସ୍ତ ଦିଗକୁ ପୁଲିସ ଅନୁଧ୍ୟାନ କରିବା ପରେ ସ୍ୱାମୀ ନାରାୟଣ ମହାନ୍ତି ମୁଖ୍ୟ ଅଭିଯୁକ୍ତ ବୋଲି ଜାଣିବାକୁ ପାଇଥିଲା । ମୃତ ମହିଳାଙ୍କ ବାପା ଏନେଇ ଅଭିଯୋଗ କରିଥିବାବେଳେ ଥାନାରେ ମାମଲା ରୁଜ୍‌ୁ କରାଯାଇ ସ୍ୱାମୀ ଓ ଶାଶୂକୁ କୋର୍ଟଚାଲାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ