ଅଯୋଧ୍ୟାରେ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣଲାଗି ଧାମନଗରରେ ଅର୍ଥ ସଂଗ୍ରହ ସହ ସଂକଳ୍ପ ଯାତ୍ରା
ଧାମନଗର,(ସନ୍ତୋଷ କୁମାର ପ୍ରଧାନ) : ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ମନ୍ଦିର ନିର୍ମାଣଲାଗି ଅର୍ଥ ସଂଗ୍ରହ ପୂର୍ବକ ଆଜି ଧାମନଗର ରେ ଏକ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ସଂକଳ୍ପ ଯାତ୍ରାରେ ବହୁ ରାମ ଭକ୍ତଙ୍କ ସହିତ ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ତଥା ଭାଜପାର କର୍ମୀଗଣ ଓ ବହୁ ସାଧୁସନ୍ଥ,ହଜାର ହଜାର ସଂଖ୍ୟାରେ ସ୍ୱତ୍ୱପୃତ ଭାବେ ଯୋଗଦେଇ ଧାମନଗର ଅଞ୍ଚଳ ଟିକୁ କେଶରୀ ରଙ୍ଗ କରିଦେଇଥିଲେ । ଜୟ ଶ୍ରୀରାମ ନାରରେ ପରିବେଶ ଟି ଆଜି ପ୍ରକମ୍ପିତ ହୋଇଉଠୁଥିଲା । ଏହି ସଂକଳ୍ପ ଯାତ୍ରାଟି ଧାମନଗର ବ୍ଲକ ରାମ ମନ୍ଦିର ଠାରୁ ବାହାରି ଦଖିଣବାଡ଼ ସ୍ଥିତ ହନୁମାନ ମନ୍ଦିର ଠାରେ ପହଞ୍ଚିଥିଲା । ଏହି ସଂକଳ୍ପ ଯାତ୍ରାରେ ଦୋବଲ ଜୋନର ଜିଲ୍ଲା ପରିଷଦ ସଭ୍ୟ ମନୋଜ ମଲ୍ଲିକ, ଧୁସୁରି ଜିଲ୍ଲା ପରିଷଦ ସଭ୍ୟା ରଞ୍ଜିତା ସ୍ୱାଇଁ, ଧାମନଗର ଜିଲ୍ଲା ପରିଷଦ ସଭ୍ୟ ସୁରଥ ସେଠି,ଧାମନଗର ବିଧାୟକଙ୍କ ପ୍ରତିନିଧି ବୁଦ୍ଧଦେବ ଜେନା,ଅଶୋକ ପୁହାଣ, ଯୁଗୋନା ପତି, ବିଜୟ ରାମ, ବହୁ ସରପଞ୍ଚ, ସମିତି ସଭ୍ୟ, କର୍ମୀ ଗଣ,ବୁଦ୍ଧିଜୀବୀ ସହ ମାନ୍ୟଗନ ବେକ୍ତି ଉପସ୍ଥିତ ରହି ଏହି ଗଣ ଦୌଡ଼ରେ ସାମିଲ ହୋଇଥିଲେ। ସାରା ଭାରତରେ ୫.୫ଲକ୍ଷ ଗ୍ରାମ,୧୩କୋଟି ପରିବାର, ୬୫କୋଟି ହିନ୍ଦୁଙ୍କର ପରିବାରରୁ ଦାନ ସ୍ୱରୂପ ନିଧି ସଂଗ୍ରହ ହେବାର ଯୋଜନା ପ୍ରସ୍ତୁତ ହୋଇଛି । ସାରା ଓଡ଼ିଶାରେ ୫୦ ଲକ୍ଷ ପରିବାର, ୪୧ହଜାର ଗ୍ରାମ ବୁଲିବାର ଯୋଜନା ଅଛି । ସମସ୍ତ ହିନ୍ଦୁସମାଜ କୁ ଯୋଡ଼ିହେବାର ଏକ ପ୍ରୟାସ ଆରମ୍ଭ ହୋଇଛି ବୋଲି ସୂଚନା ମିଳିଛି।


