ପ୍ରାଥମିକ ଶିକ୍ଷକ ସଂଘ ବୈଠକ, ନୁତନ କର୍ମକର୍ତ୍ତା ଚୟନ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ରାମଚଣ୍ଡୀ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ସୁରେନ୍ଦ୍ର ନାଥ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂଘର ବହୁ କର୍ମକତ୍ତା ଓ ଶିକ୍ଷକ ମାନେ ଯୋଗଦେଇ କିଛି ସଂଘ କର୍ମକର୍ତ୍ତାଙ୍କ ସଂଘ ବିରୋଧୀ କାର୍ଯ୍ୟର ଦୃଢ଼ ନିନ୍ଦା କରିିବା ସହିତ ସାମ୍ବିଧାନିକ ନିୟମକୁ ଉଲଙ୍ଘନ କରିଥିବାରୁ ରାଜ କିଶୋର ସ୍ୱାଇଁ, ଶ୍ରୀକାନ୍ତ ପଟ୍ଟନାୟକ, କ୍ଷେତ୍ରବାସୀ ମିଶ୍ର, ଜିତେନ୍ଦ୍ର ବେହେରା, ପ୍ରଫୁଲ ସାହୁ, ସତ୍ୟନାରାୟଣ ଗିରି, ନଳିନିକାନ୍ତ ମହାନ୍ତି, ବସନ୍ତ କୁମାର ମହାରଣା ଓ ଅକ୍ଷୟ କୁମାର ନନ୍ଦଙ୍କୁ ସଂଘରୁ ବହିଷ୍କାର କରାଯାଇଥିଲା । ଏହି ଅବସରରେ ସଂଘର ନୁତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବେ ସୁରେନ୍ଦ୍ର ନାଥ ରାଉତ, ସମ୍ପାଦକ ରବିନାରାୟଣ ଜେନା, ରାଜ୍ୟ ସଂଯୋଜକ ଭାବେ ପ୍ରଫୁଲ କୁମାର ମଣ୍ଡଳ, କାର୍ଯ୍ୟାଳୟ ସଂଯୋଜକ ଭାବେ ରଘୁନାଥ ନାୟକ, ଉପସଭାପତି ପ୍ରଦୀପ କୁମର ଦେହୁରୀ, ସଞ୍ଚାଳନ ସଂଯୋଜକ ଭାବେ ଜ୍ଞାନ ରଞ୍ଜନ ବେହେରା, ଆର୍ତ୍ତତ୍ରାଣ ଜେନା, କେଶବ ଚନ୍ଦ୍ର କର, ସୁବାସ ଚନ୍ଦ୍ର ଜେନା, ସତ୍ୟନାରାୟଣ ଜେନା, ଶ୍ୟାମ ସୁନ୍ଦର ସା, ପ୍ରସନ୍ନ କୁମାର ମହାନ୍ତି, ଶଶିଭୂଷଣ ପୁହାଣ, ବାଳକୃଷ୍ଣ ଦାସ ପ୍ରମୁଖ ମନୋନୀତ ହୋଇଥିଲେ । ଏହି ବୈଠକରେ ବିଶ୍ୱମ୍ବର ସାହୁ, ଇନ୍ଦୁରାଣୀ ଖଣ୍ଡା, ଅଭିମନ୍ୟୁ ବେହେରା, ଆରତୀଲତା ସ୍ୱାଇଁ, ରଙ୍ଗାଧର ମହୁରୀ, ରାମଚନ୍ଦ୍ର ଦୋରା, ସୁବାସ ଚନ୍ଦ୍ର ପରିଡା, ଗୟାଧର ମିଶ୍ର, ମାଧବ ଚନ୍ଦ୍ର ମଢ଼େଇ, ମନୋରମା ଦାସ, ଚନ୍ଦ୍ରକାନ୍ତୀ ଖଣ୍ଡା, ବୁଦ୍ଧଦେବ ରାଉତ, ରାଧାକାନ୍ତ ଖୁଣ୍ଟିଆ, ଆଲୋକ କୁମାର ନାଥ, ଲକ୍ଷ୍ମଣ ମାଝୀ, ସୁନାରାମ ହାଁସଦା, ବସନ୍ତ କୁମାର ନାୟକ, ପ୍ରଦୀପ ନାଇକଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ