ଖୁବ୍ ଶୀଘ୍ର ବନ୍ଦ ହାଇପାରେ ରିୟାଲିଟି ସୋ’ ବିଗ୍ ବସ୍‌-୧୩

ସା’ରେ ଅଶ୍ଲୀଳତା ପ୍ରଦର୍ଶନକୁ ନେଇ କିଛି ଦିନ ତଳେ ଆରମ୍ଭ ହୋଇଥିବା ବିବାଦ ଏବେ ଧିରେ ଧିରେ ବଢ଼ିବାରେ ଲାଗିଛି । ସୋ’ ମାତ୍ର କିଛି ଦିନ ହେବ ଆରମ୍ଭ ହାଇଥିବା ବେଳେ ଏହାକୁ ବନ୍ଦ କରିବା ନେଇ ଦାବି ଆରମ୍ଭ ହାଇଛି । ସାସିଆଲ ମିଡିଆରେ ସୋ’ର କିଛି ଦୃଶ୍ୟକୁ ନେଇ ଲୋକେ ଆପତ୍ତି କରୁଥିବା ବେଳେ ଏବେ ଏ ନେଇ ବିଜେପି ବିଧାୟକ ନନ୍ଦ କିଶୋର ଗୁର୍ଜର କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସୋ’କୁ ବନ୍ଦ କରିବା ପାଇଁ ଦାବି କରିବା ସହ ବନ୍ଦ କରିବାର ବିଭିନ୍ନ କାରଣ ଦର୍ଶାଇଛନ୍ତି ବିଜେପି ବିଧାୟକ । ଚିଠି ପାଇବା ପରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏହାକୁ ନେଇ ଗମ୍ଭୀରତାର ସହ ଆଲୋଚନା କରୁଥିବା ଜଣା ପଡ଼ିଛି । ସୂଚନା ମୁତାବକ, ଚିଠି ପାଇବା ପରେ ଏହାକୁ ଗମ୍ଭୀରତାର ସହ ନେଇ ପ୍ରସାର ଭାରତୀକୁ ବିଗ୍ ବସର ବିଷୟ ବସ୍ତୁକୁ ନେଇ ବିବରଣୀ ମାଗିଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ବିବରଣୀ ମିଳିବା ପରେ ସେଥିରେ ଅଶ୍ଲୀଳତା ଥିବା ଜାଣିଲେ ସୋ’କୁ ବନ୍ଦ କରି ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ