ସମୀର ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ,ମହାନଳା ଚମ୍ପିୟନ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡି ବ୍ଲକ ପାଟପୁର ମିନି ଷ୍ଟାଡିୟମ ରେ ଅନୁଷ୍ଠିତ ସମୀର ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ମ୍ୟାଚ ରବିବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବ୍ଲକ ର ସମାଜସେବୀ ଅଶୋକ କୁମାର ବେହେରା ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କାର ପ୍ରାଦନ କରିଥିଲେ l ଏହି ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚରେ ସିନ୍ଦୁରପୁର କୁ ହରାଇ ମହାନଳା ଚମ୍ପିୟନ ହୋଇଛି l ଟିମ ଟସ ଜିତି ପ୍ରଥମେ ସିନ୍ଦୁରପୁର ବ୍ୟାଟିଂ ନିଷ୍ପତି ନେଇ ବ୍ୟାଟିଂ କରି ୧୨ ଓଭର ରେ ସମସ୍ତ ଉଇକେଟ ହରାଇ ୪୫ ରନ କରିଥିବା ବେଳେ ମହାନଳା ୯ ଓଭରରେ କୌଣସି ଉଇକେଟ ନ ହରାଇ ୪୬ ରନ କରି ସିନ୍ଦୁରପୁର କୁ ପରାସ୍ତ କରିଥିଲା l ବେଷ୍ଟ ମ୍ୟାନଅଫଦି ମ୍ୟାଚ ସୁରଦୀପ ପାଣିଗ୍ରାହୀ, ମେନଅଫଦି ସିରିଜ ଖାରବେଳ ସ୍ୱାଇଁ, ବେଷ୍ଟ ବେଟ୍ସ ମ୍ୟାନ ଅନିଲ ନାୟକ, ବେଷ୍ଟ ଦର୍ଶକ ଭାବେ ରିଣ୍ଟୁ ମହାପାତ୍ର ହୋଇଥିଲେ l ପ୍ରମୋଦ କୁମାର ପଣ୍ଡା ଓ ଅରୁଣ ଖୁଣ୍ଟିଆ ଏମ୍ପାୟାରିଙ୍ଗ କରିଥିଲେ l ଏହି ଟୁର୍ନାମେଣ୍ଟରେ ସାଗର ଦୋରା, କୈଳାଶ ଦାସ, ଅନିଲ ନାୟକ, ନୀଳ ମାଧବ ଜେନା, ସୁବ୍ରତ ସାମନ୍ତରାୟ, ଗଗନ ବିହାରୀ ଖୁଣ୍ଟିଆ, ଆକାଶ ନାୟକ, ବିକ୍ରମ ଦାସ, ବିନାୟକ ତ୍ରିପାଠୀ ପ୍ରମୁଖ ମ୍ୟାଚ ପରିଚାଳନା କରିଥିଲେ l


