ସମର ଶିକ୍ଷର୍ଥୀ ବାହିନୀ ପାଇଁ କ୍ୟାଡେଟ ଚୟନ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣାହାଟ ଉଚ୍ଚ ବିଦ୍ୟାଳୟରେ ରବିବାର ସମର ଶିକ୍ଷାର୍ଥୀ ବାହିନୀ ପାଇଁ କ୍ୟାଡେଟ ଚୟନ କରାଯାଇଛି । ଓଡିଶା ଏନସିସି ବାଟାଲିୟନ ଆର୍ମୀ ବିଭାଗ ପକ୍ଷରୁ ୨୦୨୦-୨୧ ପ୍ରଶିକ୍ଷଣ ବର୍ଷ ପାଇଁ ୫୧ଜଣ କ୍ୟାଡେଟ ଚୟନ ହୋଇଛନ୍ତି । କଟକ ବାଟାଲିୟନ କାର୍ଯ୍ୟାଳୟରୁ ଶାରୀରିକ ନିରୀକ୍ଷକ ଭାବେ ସୁବେଦାର ସୁରେଶ ପ୍ରସାଦ, ହାବିଲଦାର ଶ୍ରୀଧର ଗମାଙ୍ଗୋ ଯୋଗ ଦେଇ ଦୌଡ,ସିଟ ଅପ,ପୁସ ଅପ, ଶାରିରୀକ ପରୀକ୍ଷା ଆଦି କରିଥିଲେ । ପ୍ରଧାନ ଶିକ୍ଷକ କଳ୍ପତରୁ ସ୍ୱାଇଁ,ଏନସିସି ଅଧିକାରୀ ଅମୂଲ୍ୟ କୁମାର ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ