୧୯୯୧ ବ୍ୟାଚର ବନ୍ଧୁମିଳନ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଲକ ଅନ୍ତର୍ଗତ ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟର ୧୯୯୧ ବ୍ୟାଚର ବନ୍ଧୁମିଳନ ଉତ୍ସବ ଶିଖର ମହିମା ଟୁଙ୍ଗି ଠାରେ ରବିବାର ଅନୁ୍‌ଷ୍ଟିତ ହୋଇଯାଇଛି । ଏହି ଅବସରରେ ବିଭୁତି ଭୂଷଣ ତ୍ରିପାଠୀଙ୍କ ପୌରୋହିତ୍ୟରେ ଏକ ବୈଠକର ଆୟୋଜନ କରାଯାଇଥିଲା । ଏଥିରେ ସର୍ବସମ୍ମତିକ୍ରମେ ଜନହିତକର କାର୍ଯ୍ୟ କରିବା ପାଇଁ କମିଟି ଗଠନ କରାଯାଇଛି । ଏହି କମିଟିରେ ଦିଲ୍ଲିପ ସ୍ୱାଇଁ, ନୃସିଂହ ସ୍ୱାଇଁ ଓ ସଂଜୟ ମୁଦୁଲିଙ୍କୁ ସହପାଠୀମାନଙ୍କ ଠାରୁ ପାଣ୍ଠି ସଂଗ୍ରହ କରିବା ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଦିପ ବିଶ୍ୱାଳ, ତପନ ବାରିକ, ପ୍ରତାପ ବିଶ୍ୱାଳ, ଆଶିଷ ମୁଦୁଲି, ଦୁଷ୍ମନ୍ତ ସ୍ୱାଇଁ, ଚପଲା ସ୍ୱାଇଁ, ଧରଣୀଧର ସ୍ୱାଇଁ, କୁମର ଜେନା, ଗଣେଶ ସ୍ୱାଇଁ, ମନୋଜ ସ୍ୱାଇଁ, ଅନାଦି ବାରିକ, ଅନ୍ତର୍ଯ୍ୟାମୀ ଜେନାଙ୍କ ସମେତ ଅନେକ ପୁରାତନ ସହାପାଠୀମାନେ ଏକତ୍ରିତ ହୋଇଥିଲେ । ବୈଠକର ପାରମ୍ଭରେ ଦିବଙ୍ଗତ ସାଥି ବସନ୍ତ ବିଶ୍ୱାଳଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ