ରିଲିଜ ହେଲା “ଜିନ୍ଦେଗି’ ଗୀତ

ମୁମ୍ବାଇ: ଆଗାମୀ ଫ୍ୟାମିଲି ଡ୍ରାମା ଫିଲ୍ମ “ଦ ସ୍କାଏ ଇଜ୍ ପିଙ୍କ୍‌’ର ଆଉ ଏକ ଗୀତ ରିଲିଜ୍ ହୋଇଛି । ଫିଲ୍ମର ମୁଖ୍ୟ ନାୟିକା ପ୍ରିୟଙ୍କା ଚୋପ୍ରା, ଫରହାନ୍ ଅଖତର୍‌, ଜାଇରା “ସିମ୍ ଏବଂ ରୋହିତ୍ ସରଫଙ୍କୁ ଏହି ଗୀତରେ ଦେଖିବାକୁ ମିଳିଛି । ଦୁଃଖ ଟ୍ରାକକୁ ନେଇ ଏହି ଗୀତକୁ ଦୃଶ୍ୟୟନ କରାଯାଇଛି । ଏହି ସିନେମା ଜରିଆରେ ଅନେକ ଦିନ ପରେ ବଲିଉଡ୍ ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଦ୍ୱିତୀୟ ଥର ପାଇଁ ଫରହାନଙ୍କ ସହ ତାଙ୍କ ରୋମାନ୍ସ ଏହି ସିନେମାରେ ଦେଖିବାକୁ ମିଳିବ । ରିଲିଜ୍ ହୋଇଥିବା ଏହି ଗୀତରେ ଶୁଣିବାକୁ ମିଳିଛି ଅରିଜିତ ସିଂଙ୍କ ଗାୟିକୀ । ଏହି ରୋମାଣ୍ଟିକ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ପ୍ରିତମ୍‌, ଏହି ଗୀତକୁ ଲେଖିଛନ୍ତି ଗୁଲଜାର । ସିଦ୍ଧାର୍ଥ ରୟ କପୁର୍ ଓ ରାନି ସ୍କୃୱାଲାଙ୍କ ପ୍ରଯୋଜନାରେ ରିଲିଜ୍ ହେବାକୁ ଥିବା ଏହି ସିନେମାର ନିର୍ଦ୍ଦେଶନା ସୋନାଲି ବୋଷ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ