ଦକ୍ଷିଣବାଡ ଠାରେ ନିଧି ସଂଗ୍ରହ
ବାରିକପୁର,(ଓ୍ବାଇଏନ୍ଏସ୍): ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପରିପ୍ରେକ୍ଷୀରେ ଆଜି ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ ଠାରେ ନିଧି ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ପାଳଦା ଗ୍ରାମସ୍ଥିତ ମା ମଙ୍ଗଳା ପୀଠରୁ ନିଧି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିବାବେଳେ ଏହା ବଣସାହି, ଉତ୍ତରବାଡ, ଦକ୍ଷିଣବାଡ ଗ୍ରାମ ସହିତ ହାଟଡିହୀରେ ଶେଷ ହୋଇଥିଲା । ବ୍ଲକ ବିଜେପି କୃଷକ ମୋର୍ଚ୍ଚା ସଭାପତି କରୁଣାକର ସାହୁଙ୍କ ତତ୍ୱାବଧାନରେ ମଣ୍ଡଳ ସଭାପତି ଗିରିଶ ସାମଲ, ପଞ୍ଚାୟତ ସଭାପତି ଦେବାଶିଷ ପରିଡା, ପର୍ଶୁରାମ ଜେନା, ଅଭୟ ପରିଡା, ପ୍ରଦୀପ ଦାସ, ବସନ୍ତ କୁମାର ଜେନା ପ୍ରମୁଖ ଯୋଗଦେଇ ମନ୍ଦିର ନିର୍ମାଣାର୍ଥେ ନିଧି ସଂଗ୍ରହ କରିଥିଲେ ।


