ଉମିଦ ପରିବାର ପକ୍ଷରୁ ବନ୍ଧୁ ମିଳନ
ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ବ୍ଲକ ତୋରତ ମଠ ଠାରେ ସ୍ୱେଚ୍ଛାସେବୀ ସଂଗଠନ ଉମିଦ ପରିବାର ପକ୍ଷରୁ ନୂତନ ବର୍ଷ ବନ୍ଧୁ ମିଳନ ସହିତ ତ୍ରୈମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଖର୍ଚ୍ଚ ସଂକ୍ରାନ୍ତିୟ ଆଲୋଚନା ହୋଇଥିôବାବେଳେ ଆଗାମୀ ନୂତନ କାର୍ଯ୍ୟକ୍ରମ ପାଇଁ ସଦସ୍ୟମାନେ ସୁଚିନ୍ତିତ ମତାମତ ପ୍ରକାଶ କରିଥିଲେ । ଏଥିରେ ଉମିଦ ପରିବାରର ପ୍ରାୟ ୩୦ରୁ ଅଧିକ ସଦସ୍ୟ ଯୋଗଦେଇଥିଲେ । ଏଠାରେ ସୂଚିତ କରୋନା ମହାମାରୀ ସମୟରେ ଆତ୍ମ ପ୍ରକାଶ ପାଇଥିବା ସ୍ୱେଚ୍ଛାସେବୀ ସଂଗଠନ ଉମିଦ ଇତିମଧ୍ୟରେ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟ ହାତକୁ ନେଇ ସାରିଛି । ଏହା ସହିତ ଦୈବଦୁର୍ଘଟଣାରେ କ୍ଷତିଗ୍ରସ୍ଥ ଓ ଅନ୍ୟାନ୍ୟ ଅସହାୟ ରୋଗଗ୍ରସ୍ଥ ବ୍ୟକ୍ତିଙ୍କୁ ସଂଗଠନ ମଧ୍ୟ ସାହାର୍ଯ୍ୟର ହାତ ବଢାଇ ଉଚ୍ଚ ପ୍ରସଂଶିତ ହୋଇପାରିଛି । ଆଗକୁ ସାମାଜିକ କାର୍ଯ୍ୟରେ ଅଧିକରୁ ଅଧିକ ଜଡିତ ହେବା ପାଇଁ ସଂଗଠନ ପ୍ରତିଶୃତି ବଦ୍ଧ ବୋଲି ବୈଠକରେ ସଦସ୍ୟମାନେ ମତପ୍ରକାଶ କରିଛନ୍ତି ।


