ନେତାଜୀଙ୍କ ୧୨୫ତମ ଜନ୍ମ ଦିବସରେ ସ୍ୱତନ୍ତ୍ର ଡ଼ାକ ଟିକଟ ପ୍ରକାଶ ଦାବିରେ ମହାଡ଼ାକପାଳଙ୍କୁ ସ୍ମାରକପତ୍ର : ସମାଜବାଦୀ ପାର୍ଟି

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଆସନ୍ତା ୨୩ ଜାନୁୟାରୀରୁ ପାଳିତ ହେବାକୁ ଯାଉଛି । ନେତାଜୀଙ୍କୁ ଜନ୍ମଜୟନ୍ତୀ ଉତ୍ସବକୁ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ‘ପରାକ୍ରମ ଦିବସ’ ଭାବରେ ପାଳନ କରାଯିବା ପାଇଁ ଆଜି ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାର ଐତିହାସିକ କଟକ ସହରରେ ନେତାଜୀ ସୁବାଷ ବୋଷ ୧୮୯୭ ମସିହା ଜାନୁୟାରୀ ୨୩ ତାରିଖରେ ଜନ୍ମଗ୍ରହଣ କରିବା ସହିତ ରେଭେନ୍ସା କଲେଜିଏଟ ସ୍କୁଲ୍‌ରେ ମାଟ୍ରିକ ପାସ୍ କରି ନିଜର କୈଶୋର ଓଡ଼ିଶା ମାଟିରେ କଟାଇଛନ୍ତି । ଓଡ଼ିଶାରେ ମଧ୍ୟ ତାଙ୍କ ଜନ୍ମ ଜୟନ୍ତୀକୁ ବେଶ୍ ମର୍ଯ୍ୟାଦାର ସହିତ ପାଳନ କରିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ନେତାଜୀଙ୍କ ଏହି ୧୨୫ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମାରକୀ ଡ଼ାକ ଟିକଟ ପ୍ରକାଶ କରିବା ଦାବି କରି ସମାଜବାଦୀ ପାର୍ଟିର ଏକ ୪ଜଣିଆ ପ୍ରତିନିଧି ଦଳ ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଆଜି ଓଡ଼ିଶାର ମହାଡ଼ାକପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକ ପତ୍ରର ଏକକିତା ନକଲ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଓ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇ ସ୍ୱତନ୍ତ୍ର ଡ଼ାକ ଟିକଟ ପ୍ରକାଶ ପାଇଁ ବିହୀତ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି । ଶ୍ରୀ ବେହେରାଙ୍କ ସହିତ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, କାର୍ଯ୍ୟକାରୀ କମିଟି ସଦସ୍ୟ ଅନନ୍ତ ମହାନ୍ତି ଓ ପାର୍ଟିର ଯୁବ ସଭାପତି ସୁବ୍ରତ ଲେଙ୍କା ପ୍ରମୁଖ ଏହି ପ୍ରତିନିଧି ଦଳରେ ଯାଇ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ମହାଡ଼ାକପାଳଙ୍କ ପକ୍ଷରୁ ଅତିରିକ୍ତ ଡ଼ାକପାଳ ଶ୍ରୀଯୁକ୍ତ ଏଲ୍‌.ଏନ୍‌. ମିଶ୍ର ସ୍ମାରକପତ୍ରଟିକୁ ଗ୍ରହଣ କରି ଏ ସମ୍ପର୍କରେ ବିହୀତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ