ଖେମୁଣ୍ଡି ଆନ୍ତଃଜିଲା ଭଲିବଲ୍ ; ବ୍ରହ୍ମପୁର କୁ ପରାଜିତ କରି ପାଟପୁର ବିଜୟୀ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ଖେଳପଡିଆ ଠାରେ ସ୍ଥାନୀୟ ଖେମୁଣ୍ଡି ସ୍ପୋର୍ଟିଂ କ୍ଳବ ଆନୁକୁଲ୍ୟରେ ଚାଲିଥିବା ଖେମୁଣ୍ଡି ଆନ୍ତଃଜିଲା ଭଲିବଲ ଟୁର୍ନାମେଣ୍ଟ ର ୩ ୟ ଦିବସ ମଙ୍ଗଳବାର ମ୍ୟାଚ ରେ ପାଟପୁର ଗ୍ରାମ ଭଲିବଲ ଟିମ୍ ପ୍ରତିପକ୍ଷ ବ୍ରହ୍ମପୁର କାର୍ଗିଲ୍ ଭଲିବଲ ଟିମ୍ କୁ ୨- ୦ ସେଟ୍ ବ୍ୟବଧାନରେ ପରାଜିତ କରି ପରବର୍ତ୍ତୀ ମ୍ୟାଚ କୁ ଉନ୍ନୀତ ହୋଇଛନ୍ତି । ଟୁର୍ନାମେଣ୍ଟ ଆୟୋଜକ କମିଟି ସଭାପତି ଶିବ ଶଙ୍କର ମହାଙ୍କୁଡ ଙ୍କ ସଂଯୋଜନାରେ ଆୟୋଜିତ ୩ ୟ ଦିବସ ମ୍ୟାଚ ଉଦଘାଟନ ଉତ୍ସବ ରେ ଉପଦେଷ୍ଟା କୁରେଶୁ ମହାରଣା ଅଧ୍ୟକ୍ଷତା କରିଥିଲେ । ଦିଗପହଣ୍ଡି ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ସହରର ବିଶିଷ୍ଟ କ୍ରୀଡାବିତ ସ୍ବର୍ଗତ ଏମ୍.ଚକ୍ରପାଣି ଙ୍କ ଫଟୋ ରେ ଶ୍ରଦ୍ଧା ସୁମନ ଅର୍ପଣ କରିବାସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ମ୍ୟାଚ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସାମାଜିକ କର୍ମୀ ତଥା କଂଗ୍ରେସ କାର୍ଯ୍ୟ କର୍ତ୍ତା ବିକାଶ କୁମାର ପଶୁପାଳକ,ଦୀପକ କୁମାର ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସିନ ଥିଲେ । ଆୟୋଜକ କମିଟି ସମ୍ପାଦକ ଅର୍ବ୍ଦୁ . ଗୋବିନ୍ଦ, କୋଷାଧ୍ୟକ୍ଷ ପ୍ରଭାକର ରେଡ୍ଡୀ, କାର୍ଯ୍ୟକର୍ତ୍ତା କେ. କୁନା, ପୁରୁଷୋତ୍ତମ ପାତ୍ର, ରଞ୍ଜନ ଗୌଡ, ରଞ୍ଜିତ ବେହେରା,ରାମକୃଷ୍ଣ ମେକାପ, ମନୋରଞ୍ଜନ ସେଠୀ, ମିଟୁ ବେହେରା, ଦିବାକର ବିଷୋୟୀ, ପଞ୍ଚାନନ ସ୍ବାଇଁ, ବାରିକ ବେହେରା, ଆର. ମୁନ୍ନା, ଗୋପାଳକୃଷ୍ଣ ପଣ୍ଡା, ଦିବାକର ପ୍ରଧାନ, ଏମ୍. ସାଗର,ଶିବ ବେହେରା, ନରେନ୍ଦ୍ର ସାହୁ,ଶିବ ରୁଦ୍ର ନାୟକ, ବାଦଲ ଦାସ,ସାଧୁ ଚରଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମ୍ୟାଚ ପରିଚାଳନାରେ ସହାୟତା କରି ଥିଲେ। ଟୁର୍ନାମେଣ୍ଟ ର ୩ ୟ କ୍ୱାର୍ଟର ଫାଇନାଲ ମ୍ୟାଚ ରେ ପାଟପୁର ଟିମ୍ ବ୍ରହ୍ମପୁର କାର୍ଗିଲ ଟିମ୍ କୁ ଯଥାକ୍ରମେ ୧୪-୦୮ ଏବଂ ୧୪-୦୫ ପଏଣ୍ଟ ସହ (୨- ୦) ସେଟ୍ ବ୍ୟବଧାନରେ ପରାଜିତ କରି ପରବର୍ତ୍ତୀ ମ୍ୟାଚ କୁ ଉନ୍ନୀତ ହୋଇଥିଲେ। କ୍ରୀଡା ଶିକ୍ଷକ ଏମ୍ . ଗୌରାଙ୍ଗ ମ୍ୟାଚ ରେ ରେଫେରି ଥିଲେ ।