ଇନ୍ଦିରା ଆବାସ ଟଙ୍କା ଲୁଟିନେଲେ ପଚାଂୟତ ଅଧିକାରୀ

୫ ବର୍ଷ ପରେ ଘର ନଥିବା ଜାଗାରେ ଲେଖାଗଲା ବିଜୁ ପକ୍କାଘର 
ମୋହନା,(ଅଂଶୁମାନ ପଣ୍ଡା):  ରାଜ୍ୟ ଓ କେନ୍ଦ୍ର ସରକାର ନିର୍ବାଚନରେ ବିଜୟ ହେବା ପରେ ଗରିବ, ଖଟିଖିଆ ଦିନ ମଜୁରିଆଙ୍କ ପାଇଁ ଯୋଜନା  ସୁଭାରମ୍ଭ କରି ଲୋକଙ୍କୁ ପକ୍କାଘର ଓ କାମ ଯୋଗାଇବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ନିର୍ଦ୍ଧେଶ ଦେଇଥିଲେ । ହେଲେ ଏହା ଗରିବଙ୍କ କାମରେ ନଆସି ସରକାରୀ ବାବୁ ଲୁଟି ନେଲେ ଇନ୍ଦିରା ଆବାସ ଟଙ୍କା । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଳକର ୩୯ଟି ପଚାଂୟତ ମଧ୍ୟରୁ ରାଇପଙ୍କା ପଚାଂୟତରେ । ରାଇପଙ୍କାରେ ବସବାସ କରୁଥିବା ମମତା ତ୍ରିପାଠୀ ବୟସ ୩୮ ଜଣେ ମାନସିକ ରୋଗୀ ଯାହାଙ୍କ ନାମରେ ୨୦୧୪-୧୫ ରେ ୭୫ ହଜାର ଟଙ୍କା ବିନିମୟରେ ଇନ୍ଦିର ଆବାସ ନିର୍ମାଣ ପାଇଁ ଆସିଥିଲା ଟଙ୍କା । କିନ୍ତୁ ତାଙ୍କରି ବ୍ୟାଙ୍କ ଖାତାକୁ ପ୍ରଥମ କିସ୍ତିରେ ୧୫ ହଜାର ଦେବାପରେ ସେ ଘରକାମ ପାଇଁ ବାଲି ପକାଇଥିଲେ । କିନ୍ତୁ ବକେୟା ୬୦ ହଜାର ଟଙ୍କା ଆଉ ମିଳିଲା ନାହିଁ କି ନିର୍ମାଣ ହୋଇ ପାରିଲା ନାହିଁ ପକ୍କା ଘର । ଉକ୍ତ ସମୟରେ ଥିବା ପଚାଂୟତ ଅଧିକାରୀ ବକେୟା ଟଙ୍କା ଚଳୁ କରି ଚାଲିଯାଇଛନ୍ତି । ମମତା ନିଜର ମା ବାପାଙ୍କୁ ହରାଇ ସାନଭାଇ ସତ୍ୟ ତ୍ରିପାଠୀ ସହ ନିଜ ଅଜାଘରେ ଆଜକୁ ୩୫ ବର୍ଷ ହେଲା ଚଳୁଛନ୍ତି । ନିଜର ମାନସିକ ସ୍ତିତି ଠିକ ନଥିବା ହେତୁ ବହୁ ଦୁଃଖ କଷ୍ଟରେ ସାନ ଭାଇ ତାଙ୍କ ଯତ୍ନ ନେଇ ଅଜାଘରେ ରହୁଛନ୍ତି । ତାଙ୍କୁ ୫ କି.ଗ୍ରା ଚାଉଳ ଓ ଭତା ୫ ଶହ ଟଙ୍କା ମାତ୍ର ମିଳୁଛି ସରକାରଙ୍କ ତରଫରୁ । ହେଲେ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ କ୍ରମେ ପକ୍କାଘର ଗଣତିରେ ପ୍ରତ୍ୟେକ ପକ୍କାଘରେ ଲଗାଯାଇଥିଲା ବିଜୁ ପକ୍କାଘର ୧ ଲକ୍ଷ ୩୦ ହଜାର ଟଙ୍କା । ମମତାଙ୍କୁ ଘର ନମିଳି ତାଙ୍କ ଅଜାଙ୍କ ଘର ସାମ୍ନାରେ ବିଜୁ ପକ୍କାଘର ୧ ଲକ୍ଷ ୩୦ ହଜାର ଲେଖା ହୋଇଥିବା ପୋଷ୍ଟର ମାରି ଫଟୋ ଉଠାଇ ନେଇଥିଲେ ବର୍ତମାନ ଦାୟିତ୍ୱରେ ଥିବା ପଚାଂୟତ ଅଧିକାରୀ ଖଗେଶ୍ୱର ଭୁୟାଁ । ଯାହା ଫଳରେ ଉକ୍ତ ଫଟୋଟି ସ୍ୱସିଆଲ ମିଡିଆଲରେ ଭାଇରାଲ ହେବା ପରେ ପିଇଓ ଜଣଙ୍କ ବ୍ଲକ ପ୍ରଶାସନ ଅଧିକାରୀଙ୍କୁ ସନ୍ତୁଷ୍ଟ ଜନକ ଉତର ନଦେଇ ଚିନ୍ତାରେ ପଡିଛନ୍ତି । ଏହାର ତଦନ୍ତ ତୁରନ୍ତ କରି ଦୋଷୀ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମମତାଙ୍କୁ ପକ୍କାଘର ଯୋଗାଇଦେବା ନେଇ ଅଚଂଳର ଜନସାଧାରଣ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ