ଫୋନ ପେ ରେ ଠକେଇର ଶିକାର ହେଲେ ମହିଳା
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଧର୍ମପୁର ଗ୍ରାମର ଜଣେ ମହିଳା ଫୋନ ପେ ରେ ୧୯,୦୦୦ ଟଙ୍କା ଠକେଇ ରେ ଶିକାର ହୋଇଛନ୍ତି l ମହିଳା ଜଣଙ୍କ ହେଲେ ଗଣେଶ୍ୱର ରାଉତ ଙ୍କ ସ୍ତ୍ରୀ ମୋନିକା ରାଉତ l ସୂଚନା ଯୋଗ୍ୟ ମଙ୍ଗଳବାର ଅପରାହ୍ନ ରେ ମୋନିକାଙ୍କ ମୋବାଇଲ ଫୋନ କୁ ଜଣେ ଅଣ ଓଡ଼ିଆ ବ୍ୟକ୍ତି ଫୋନ କରି ଫୋନ ପେ କଷ୍ଟମର କେୟାର କହୁଛି, ଆପଣଙ୍କୁ ଫୋନ ପେ ତରଫରୁ ଗୋଟାଏ ଅଫର ମିଳିଛି ସେହି ଅଫର ନେବାକୁ ଚାଁହୁଚନ୍ତି ଯଦି ଫୋନ ପେ ଖୋଲି କହିବା ପ୍ରକାରେ ବ୍ୟବହାର କରନ୍ତୁ ମହିଳା ସେହି ଲୋକଙ୍କ କଥା ଶୁଣି ଫୋନ ପେ ବ୍ୟବହାର କରିଥିଲେ ପରେ ମହିଳା ଙ୍କ ଆକାଉଣ୍ଟ ରୁ ୧୯୦୦୦ ଟଙ୍କା କଟିଯାଇଥିବା ଜାଣି ସେ ଫୋନ ରଖିଦେଇଥିଲେ l ଏନେଇ ମହିଳା ଜଣଙ୍କ ତାଙ୍କ ସ୍ୱାମୀ ଙ୍କୁ ଜଣାଇବା ପରେ ତାଙ୍କ ସ୍ୱାମୀ କଥା ହୋଇଥିଲେ ଏବଂ ଟଙ୍କା ଫେରାଇବା ପାଇଁ କହିଥିଲେ ମଧ୍ୟ ଠକ ଜଣଙ୍କ ଟଙ୍କା ଫେରାଇ ନଥିଲେ l ଏନେଇ ମହିଳା ଜଣଙ୍କ ତାଙ୍କ ସ୍ବାମୀ ଙ୍କ ସହ ମିଶି ବୁଧବାର ପାଟପୁର ଥାନାରେ ଅଭିଯୋଗ କରିଛନ୍ତି l


