ନିୟନ୍ତ୍ରିତ ବଜାର କମିଟି ବାର୍ଷିକ ବୈଠକ: କାର୍ଯ୍ୟକାରୀ ହେବ ୨ଟି ମଡ଼େଲ ମଣ୍ଡି
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟିର ବାର୍ଷିକ ବୈଠକ ବୁଧବାର କାର୍ଯ୍ୟାଳୟ ସଭାକକ୍ଷ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଆରଏମସି ସମ୍ପାଦକ ବିନାୟକ ବିଶ୍ୱାଳଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ସଭାପତିତ୍ୱ କରିଥିଲେ । ଉପସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ରନାଥ ପ୍ରଧାନ ମଂଚାସିନ ଥିଲେ । ସମ୍ପାଦକ ଶ୍ରୀ ବିଶ୍ୱାଳ ଗତ ୨୮ ଅଗଷ୍ଟ ୨୦୨୦ରେ ଅନୁଷ୍ଠିତ ବୈଠକରେ ଆଲୋଚିତ ପ୍ରସଙ୍ଗର ଦୃଢିକରଣ କରିଥିଲେ । ଚଳିତ ୨୦୨୦-୨୧ ବଜାର ବର୍ଷ ନିମନ୍ତେ ବଜେଟର ଅନୁମୋଦନ କରିଥିଲେ । ବିଭିନ୍ନ ସୁତ୍ରରୁ ଅଦାୟ ହୋଇଥିବା ରାଜସ୍ୱ ୨କୋଟି ୩୩ଲକ୍ଷ୬୫ହଜାର ୨୫୮ ଟଙ୍କା ଆଦାୟ ହୋଇଥିବା ବେଳେ ସେଥିମଧ୍ୟରୁ ବିଭିନ୍ନ ବାବଦରେ ସମୁଦାୟ ୩କୋଟି ୧୪ଲକ୍ଷ ୪୬ହଜାର ୮୦୧ ଟଙ୍କା ବ୍ୟୟ ହୋଇଥିବା ନେଇ ବୈଠକରେ ସୂଚନା ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ସ୍ଥାନୀୟ ପୌରାଂଚଳର ମୁଖ୍ୟ ବଜାର ପ୍ରାଙ୍ଗଣରେ ମଧ୍ୟମ ଧରଣର ମଡ଼େଲ ମଣ୍ଡି ଓ ହରିପୁର ବୁରୁଡ଼ି ଠାରେ କ୍ଷୁଦ୍ର ମଣ୍ଡି ସ୍ଥାପନ କରାଯିବା ସକାଶେ ସମ୍ପାଦକ ସୂଚନା ପ୍ରଦାନ କରିଥିଲେ । ଆରଏମସି ପରିସରରେ ଥିବା ଶୀତଳିକରଣ ପ୍ରକୋଷ୍ଠ ତ୍ୱରିତ କାର୍ଯ୍ୟକାରୀ କରିବା ଦିଗରେ ଉପସ୍ଥିତ ସଦସ୍ୟ ମାନେ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଶଣ କରିଥିଲେ । ମୁଖ୍ୟତଃ ବଜାରର ରାଜସ୍ୱ ଆୟ ବୃଦ୍ଧି କରିବା ଦିଗରେ କମିଟିର ସଦସ୍ୟ ମାନେ ଉଦବେଗ ପ୍ରକାଶ କରି ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିବା ସକାଶେ ସଦସ୍ୟ ମାନେ ଗୁରୁତ୍ୱାରରୋପ କରିଥିଳେ । ଉକ୍ତ ବୈଠକରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ସରୋଜ କୁମାର ପଣ୍ଡା, ପ୍ରଦୀପ ପଣ୍ଡା, ହରିହର ପାଢି, କାଳୁ ସାହୁ ପ୍ରମୁଖ ବୈଠକରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ହିସାବରକ୍ଷକ ସଞ୍ଜୟ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ପବିତ୍ର ସାହୁ, ଅମିୟ ପଟ୍ଟନାୟକ, ଗୋଲକ ଗଉଡ଼, ଶଙ୍କର୍ଷଣ ପୋଳାଇ, ଲଡ଼ୁକିଶୋର ରାଉତ, କୌଳାଶ ବେହେରା, ବିଜୟ ଦାସ, ରାମକୃଷ୍ଣ ଦାସ, ବସନ୍ତ ସୁଆଁସିଆ, ଦେବରାଜ ସ୍ୱାଇଁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।