ରାଇରଙ୍ଗପୁର ଆଦର୍ଶ ଥାନା ପକ୍ଷରୁ ସଡକ ସୁରକ୍ଷା ସଚେତନତା

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୋଲିସ ସର୍କଲ ଅନ୍ତର୍ଗତ ରାଇରଙ୍ଗପୁର ଆଦର୍ଶ ଥାନା ପକ୍ଷରୁ ବୁଧବାର ଦିନ ସଡ଼କ ସୁରକ୍ଷା ସଚେତନତା ରଥ ଉପଖଣ୍ଡ ପୋଲିସ ପ୍ରଶାସିକା ଗାୟତ୍ରୀ ପ୍ରଧାନ ଙ୍କ ଦ୍ଵାରା ଶୁଭ ଉଦ୍ଘାଟିତ ହୋଇଯାଇଛି । ବିଶେଷ କରି ମୋଟର ଯାନବାହାନ ଚଳାଚଳର ବେଗ,ଗାଡ଼ି ଚାଳନା ନିୟମ,, ସଡ଼କ ସୁରକ୍ଷା ସମ୍ପର୍କିତ ନିୟମ କଡାକଡି ପାଳନ, ଟ୍ରାଫିକ ନିୟମ ପାଳନ, ହେଲମେଟ ,ବେଲ୍ଟ ପିନ୍ଧିବା,ନିଶା ସେବନ କରି ଗାଡ଼ି ନ ଚଳାଇବା,ଗାଡ଼ି ଚଳାଉଥିବା ବେଳେ ମୋବାଇଲରେ କଥା ନ ହେବା ,।ବାଇକରେ ସମସ୍ତେ ହେଲମେଟ ବ୍ୟବହାର କରିବା,ଗାଡ଼ିର କାଗଜପତ୍ର ଓ ପ୍ରଦୂଷଣ ସାର୍ଟିଫିକେଟ ଠିକ୍ ଥିବା,ଅନ୍ୟ ଗାଡ଼ିକୁ ଅତିକ୍ରମ ନ କରିବା ନେଇ ଏକ ସଚେତନତା ରଥ ରାଇରଙ୍ଗପୁର ସହର ପରିକ୍ରମା କରାଯାଇ ସହର ବାସୀଙ୍କୁ ସଚେତନ କରାଯାଇଥିଲା । ଯେଉଁମାନେ ହେଲମେଟ ପିନ୍ଧି ଟ୍ରାଫିକ ଓ ମୋଟର ଯାନ ନିୟମ ମାନି ଗାଡ଼ି ଚଳାଉଥିଲେ ସେମାନଙ୍କୁ ପୋଲିସ ସନ୍ଦେହ ତରଫରୁ ଗୋଲାପ ଫୁଲ ଓ ଚକୋଲେଟ ଦେଇ ଶୁଭେଚ୍ଛା ଜଣାଯାଇଥିଲା । ସଡ଼କ ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମକୁ ସମ୍ମିଳିତ ସହଯୋଗ କାମନା କରାଯାଇଛି ।ସାଧାରଣ ଜନତାଙ୍କ ସହଯୋଗ କାମନା ପୋଲିସ ତରଫରୁ କରାଯାଇଛି । ମନୁଷ୍ୟ ଜୀବନ ଅମୂଲ୍ୟ ଜୀବନ । ସଡ଼କ ସୁରକ୍ଷା ନିୟମ ମାନି କେହି ଦୁର୍ଘଟଣାରେ ଶିକାର ନ ହୁଅନ୍ତୁ,ଆଜୀବନ ବିକଳାଙ୍ଗ ନ ହୁଅନ୍ତୁ, ସୁସ୍ଥ ରହନ୍ତୁ ଖୁସିରେ ରୁହନ୍ତୁଏହାହିଁ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ।ଏହି ସଚେତନତା କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀଣୀ ରେଣୁବାଳା ସାହୁ ଓ ପୋଲିସ କର୍ମଚାରୀ, ରାଇରଙ୍ଗପୁର ପୋଲିସ ସମିତି ସଦସ୍ୟ,ବାମନଘାଟୀ ଟ୍ରକ ମାଲିକ ସଂଘ ଓ ଗଣମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ