ସଡକ ସୁରକ୍ଷା ଉପରେ ସଚେତନ କଲା ପୋଲିସ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ପୋଲିସ ପକ୍ଷରୁ ବନ୍ତ ଥାନା ଛକ ଓ ବସନ୍ତିଆ ଠାରେ ସଡକ ସୁରକ୍ଷା ଉପରେ ସଚେତନତା କରାଯାଇଛି । ଆଇଆଇସି ମୀନା ବିନ୍ଧାଣୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପୋଲିସ କର୍ମଚାରୀ ମାନେ ଭଦ୍ରକ-ଆନନ୍ଦପୁର ରାଜ୍ୟ ପଥରେ ଯାତାୟତ କରୁଥିବା ଗାଡି ଚାଳକ ମାନଙ୍କୁ ଅଟକାଇ ଗୋଲାପ ଫୁଲ ଓ ମାସ୍କ ପ୍ରଦାନ କରିଥିଲେ । ଏଥିସହ ପ୍ରତ୍ୟେକ ଚାଳକ ହେଲମେଟ୍ ପିନ୍ଧିବା, ସୁରକ୍ଷିତ ଗାଡି ଚାଳନା କରିବା ସହ ସଡକ ସୁରକ୍ଷା ଉପରେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଏସ୍.ଆଇ ପ୍ରସାଦ କୁମାର ଜେନା, ହାବିଲଦାର ନନ୍ଦ କିଶୋର ବିହାରୀ, କନେଷ୍ଟବଳ ଅଲେଖ ବିଶ୍ୱାଳ, ଉମେଶ ପୂର୍ତ୍ତି, ମାନସୀ ଜେନା, ପାନମଣି ସୋରେନ, ମୀନା ମୁଣ୍ଡୁରୀ, ଉମେଶ ରାଉତ, ମାନସ ବିଶ୍ୱାଳ ସାମିଲ ଥିଲେ । ଏହି କାର୍ଯ୍ୟକ୍ରମ ଜାନୁଆରୀ ୧୮ ଠାରୁ ଆରମ୍ଭ ହୋଇ ଫେବୃଆରୀ ୧୭ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାଯାଇଛି ।


