ଯଶୋଦା ଫାଉଣ୍ଡେସନ ପକ୍ଷରୁ ଶାଢୀ ବଂଟନ
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ଗୈାରୀଶଙ୍କର ମନ୍ଦିରଠାରେ ଯଶୋଦା ଫାଉଣ୍ଡେସନ ପକ୍ଷରୁ ଗରିବ ବିଧବା ଓ ଏକାକୀ ମହିଳା ମାନଙ୍କୁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ କୁମାର ପୂର୍ଣ୍ଣିମା ଅବସରରେ ଶାଢୀ ବଂଟନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୁରୀ,ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ କୃପାସିନ୍ଧୁ ପଣ୍ଡା,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଏ.ବିଶ୍ୱମ୍ବର,ଅବସରପ୍ରାପ୍ତ ପୋଲିସ ଅଧିକାରୀ ଚନ୍ଦ୍ରଶେଖର ପଟ୍ଟନାୟକ ଯୋଗ ଦେଇ ଦନେଇ ବ୍ରହ୍ମପୁର ଗ୍ରାମର ୧୫ ଜଣ ମହିଳାଙ୍କୁ ଶାଢୀ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ସ୍ୱେଚ୍ଛାସେବୀ ସୁଦେଷ୍ଣା ସାହୁ ଓ ପୁଷ୍ପାଂଜଳୀ ସାହୁ ପରିଚାଳନା କରିଥିଲେ ।