ପୋଲିସ କର୍ମଚାରୀ ମାନଙ୍କ ପାଇଁ ମାଗଣାରେ ନୂତନ ସ୍ୱାସ୍ଥ୍ୟ ସେବା ଯୋଜନାର ଶୁଭାରମ୍ଭ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସରକାର କାର୍ଯ୍ୟରତ ପୋଲିସ କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ସମୃଦ୍ଧି, ସୁସ୍ଥ ଶରୀର ଓ ରୋଗ ମୁକ୍ତ ନିମନ୍ତେ ନୂତନ ସ୍ଵାସ୍ଥ୍ୟ ପରୀକ୍ଷା ଯୋଜନା ର ଶୁଭାରମ୍ଭ କରିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି । ସେହିପରି କନ୍ଧମାଳ ଜିଲ୍ଲା କାର୍ଯ୍ୟରତ ପୋଲିସ କର୍ମଚାରୀ ଙ୍କର ଉନ୍ନତି ନିମନ୍ତେ କନ୍ଧମାଳ ସଦର ମହକୁମା ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟ ଠାରେ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ରାଜ୍ୟଶ୍ରୀ ପଟ୍ଟନାୟକ ଯୋଗ ଦେଇ ଉଦଘାଟନ କରି ଥିଲେ । ଉକ୍ତ ଯୋଜନା ଜାନୁୟାରୀ ୨୧ ଠାରୁ ୨୮ ପର୍ଯ୍ୟନ୍ତ ଚାଲିବ ଏବଂ ଯୋଜନା ଦ୍ଵାରା କେବଳ ପୋଲିସ କର୍ମଚାରୀ ମାନଙ୍କୁ ବିନା ମୂଲ୍ୟରେ ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରୀକ୍ଷା ସୁବିଧା ମିଳିବ ଏହା ସହ ବର୍ଷ ତମାମ ଏହି କାର୍ଯ୍ୟକ୍ରମ ସମୟ ବ୍ୟବଧାନ ରେ ନିୟମିତ ଚାଲିବା ନିମନ୍ତେ ସ୍ଵାସ୍ଥ୍ୟ ବିଭାଗ ରୁ ମିଳିଥିବା ସୂଚନା ରୁ ଜଣାପଡିଛି । ଉଦଘାଟନ କାର୍ଯ୍ୟକ୍ରମ ରେ ଏ ଡି ଏମ ଓ ମେଡ଼ିକାଲ ଅଭୟ କୁମାର ପଟ୍ଟନାୟକ, ଡ଼ ଅରୁଣ ଟୁଡୁ, ରକ୍ତ ଭଣ୍ଡାର ଡ଼ ସୌମେନ୍ଦ୍ର ଘୋଷ, ମନୋଜ କୁମାର ପଣ୍ଡା, ଏବଂ ଅନ୍ୟ ମେଡିକାଲ କର୍ମଚାରୀ ଉପସ୍ଥିତ ଥିବା ବେଳେ ପୋଲିସ ବିଭାଗ ପକ୍ଷରୁ କନ୍ଧମାଳ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିପିନି ବିହାରୀ ବେହେରା, ସୁରେଶ ଚନ୍ଦ୍ର ଜେନା, ଡି ଏସ ପି କୃଷ୍ଣ ପ୍ରସାଦ ପଟ୍ଟନାୟକ, ଅଭିନାଶ କେର୍କେଟା, ଇନିସ୍ପେକ୍ଟର ତିରୁପତି ଚୌଧୁରୀ, ଫୁଲବାଣୀ ଆଦର୍ଶ ଟାଉନ ଥାନା ଅଧିକାରୀ ସୁଶାନ୍ତ ସେଠୀ, ପୋଲିସ ରିଜର୍ଭ ଇନିସ୍ପେକ୍ଟର ଧର୍ମେନ୍ଦ୍ର ପ୍ରଧାନ, ଏବଂ ରିଜର୍ଭ ପୋଲିସ ଷ୍ଟାଫ ପ୍ରମୁଖ ଉପସ୍ଥିତ ଥିଲେ ।