ଜି. ଉଦୟଗିରି ରେ ଶୀତ ର ପ୍ରଭାବ ଜାରି; ପାରଦ ୫.୬ ଡିଗ୍ରୀ ସେଲସିୟସ

ଜି. ଉଦୟଗିରି,(ଓ୍ବାଇଏନ୍ଏସ୍):  କନ୍ଧମାଳ ଜିଲା ଜି. ଉଦୟଗିରି ରେ ଶୀତ ର ପ୍ରଭାବ ଜାରି ରହିଛି । ଦିନ ର ତାପମାତ୍ରା ରେ ସାମାନ୍ଯ ବ୍ରୁଦ୍ଧି ପାଇଥିବା ବେଳେ ରାତି ରେ  ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରୀ ରହୁଛି ବୋଲି କହିଛନ୍ତି କୃଷିବିଜ୍ଞାନ  କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ.ଦେବାଶିଷ ମିଶ୍ର କହିଛନ୍ତି । ବିଶେଷ କରି ଗ୍ରାମାଞ୍ଚଳରେ ଅଧିକ ଶୀତ ଅନୁଭୂତ ହେଉଥିବା ବେଳେ ଶୀତ ରୁ ରକ୍ଷା ପାଇବା ପାଇଁ ଲୋକମାନେ ସକାଳେ ସଂନ୍ଧ୍ଯା ରେ ନିଆଁ ଜାଳି ବସି ରହୁଥିବା ଦେଖିବାକୁ ମିଳିଛି । ଶୀତ ପ୍ରଭାବ ରେ ଗାଁ ଗହଳି ରୁ ପନିପରିବା ଧରି  ସହର କୁ ଆସୁଥିବା ଚାଷି, ବ୍ଯବସାୟୀ ଙ୍କୁ କଷ୍ଟକର ହୋଇଛି, କିନ୍ତୁ ଜିବୀକା କୁ ପ୍ରଭାବିତ କରିପାରିନି । ୨୪ ତାରିଖ ପର୍ଯ୍ୟନ୍ତ ଏହି ଭଳି ଥଣ୍ଡା ରହିବ ବୋଲି ଡ଼ ମିଶ୍ର କହିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ