ନଦୀକୁ ଯିବା ପାଇଁ ନାହିଁ ରାସ୍ତା ନାଳ ଡେଇଁ କୁଦି ଯାତାୟତ ହେଉଛନ୍ତି ନଦୀକୁ
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଳକ ୩୯ଟି ପଚାଂୟତ ମଧ୍ୟରୁ ଅଡବା ପଚାଂୟତ ଏକ ଭିନ୍ନ ପ୍ରକାର । ଯାହାକି ରାତି ପାହିଲେ ଶହ ଶହ ଲୋକ ଜାତାୟତ କରନ୍ତି ଏହି ଅଡବା ଦେଇ । ରାସ୍ତାର ଦୁଇ ପାଶ୍ୱର୍ରେ ଡ୍ରେନ ନଥିବା ହେତୁ ହୋଟେଲ ଗୁ>ଡିକ ନିଜର ହାତଧୁଆ ପାଣି, ବାସନ ଧୁଆପାଣିକୁ ସିଧା ସଳଖ ନଦୀ ରାସ୍ତାକୁ ଛାଡି ଦିଅନ୍ତି । ଯାହାରି ଫଳରେ ରାତି ପାହିଲେ ଗାଁର ୩୦ରୁ ଉର୍ଦ୍ଧ ମହିଳା ନଦୀକୁ ସ୍ୱଚ କରିବା ଯାତାୟାତ କରନ୍ତି । ଏପରିକି ଖରାଦିନେ ପାଣିର ଘୋର ଅଭାବ ହେଲେ ନଦୀକୁ ଯାଇ ପାଣି ଆଣିବାକୁ ପଡିଥାଏ । ହେଲେ ନଦୀକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନଥିବାରୁ ନାଳ ପାଣି କୁଦି ଯାତାୟତ କରିବାକୁ ପଡିଥାଏ । ଉକ୍ତ ନାଳ ପାଣି ନଦୀରେ ମିଶି ଦର୍ଗନ୍ଧ ସୃଷ୍ଟି ହୋଇଥାଏ । ସେହି ପାଣିକୁ ପିଇବା ଓ ଗାଧୋଇବା ବହୁ କଷ୍ଟକର ପାଠ । ଏହି ପାଖା ପାଖି ରହୁଥିବା ଘର ଗୁଡିକ ନାଳ ପାଣି ଦର୍ଗନ୍ଧରେ ରହି ପାରୁନଥିବା ବେଳେ ବିଭିନ୍ନ ରୋଗର ଆସଙ୍କା ରହିଛି । ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଭଲ ରାସ୍ତ ଖଣ୍ଡେ ମିଳୁ ପାରୁନି କି ଡ୍ରେନ ନିର୍ମାଣ ହୋଇ ପାରୁନି । ସ୍ୱୟଂ ସହାୟିକା ଗୋଷ୍ଠୀ ନିର୍ମାଣ ପାଇଁ ହାତ ବଢାଇଥିବା ବେଳେ ପଚାଂୟତରେ ଟଙ୍କା ନଥିବା ଦର୍ଶାଉ ଛନ୍ତି ସରପଚଂ । ତେବେ ବ୍ଳକ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।


