ବେଲଗୁଣ୍ଠା ବଣିକ ସଂଘର ବନ୍ଧୁ ମିଳନ; ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇବା ଆମର ଲକ୍ଷ: ସଂଘ କର୍ମକର୍ତ୍ତା I

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ଗଜପତି ଜିଲ୍ଳା ଜିରାଙ୍ଗ ନିକଟସ୍ଥ ମାଙ୍କଡ଼ ଡ଼ିଆଁ ଜଳ ପ୍ରପାତ ଠାରେ ବେଲଗୁଣ୍ଠା ବଣିକ ସଂଘର ଏକ ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି I ଏହି ବନ୍ଧୁ ମିଳନ ପର୍ବରେ ବଣିକ ସଂଘ ସଭାପତି ପ୍ରଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପସଭାପତି ସନତ୍ କୁମାର ସୁବୁଦ୍ଧି,ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର, ସହସମ୍ପାଦକ ପ୍ରଭାତ କୁମାର ସାହୁ, କୋଷାଧ୍ୟକ୍ଷ ଏ.ବୁଲୁ ପାତ୍ର ଏବଂ ପରାମର୍ଶ ଦାତା ଏ.ଲିଙ୍ଗରାଜ ପାତ୍ର ପ୍ରମୁଖ ମଞ୍ଚାସୀନ ରହି ଆଗାମୀ ଦିନରେ ସଂଘର ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ I ବେଲଗୁଣ୍ଠା ସହରରେ ସ୍ଵଚ୍ଛତାକୁ ସଂଘ ତରଫରୁ ପ୍ରାଧାନ୍ୟ ଦିଆଯିବା ସହ ସମସ୍ତ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇଦେବାକୁ ସଂଘ କର୍ମକର୍ତ୍ତା ମାନେ ପ୍ରକାଶ କରିଥିଲେ I ଏହା ସହିତ ସମସ୍ତ ସଂଘ ସଦସ୍ୟଙ୍କ ପରିବାରର ସାମାଜିକ ନିରାପତ୍ତା ସହିତ ପିଲାଙ୍କ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସଂଘ ସର୍ବଦା ଜାଗ୍ରତ ରହିବା ଉଚିତ୍ ବୋଲି ବୈଠକରେ ଆଲୋଚନା ହୋଇଥିଲା I ଏହି ବନ୍ଧୁ ମିଳନ ଉତ୍ସବରେ ବେଲଗୁଣ୍ଠା ବଣିକ ସଂଘର ଶହେରୁ ଊର୍ଦ୍ଧ୍ୱ ସଦସ୍ୟ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ