କୋକେଇ ରୁ ଉଠିଲା ଶବ
(ଯୁଗାବ୍ଦ ନ୍ୟୁଜ) କଥା ରେ ଅଛି ରଖେ ହରି ମାରେ କିଏ, ବନ୍ଧା ସରିଥିଲା କୋକେଇ କାନ୍ଦ ବୋବାଳି ରେ ଘର ଫାଟି ପଡୁଥିଲା ସର୍ମ୍ପକାୟ ଙ୍କ ଠାରୁ ଆରମ୍ଭ କରି ସମସ୍ତେ ଜାଣିସାରିଥିଲେ ସିମାଞ୍ଚଳ ଆଉ ନାହାନ୍ତି । ଅନ୍ତିମ ସଂସ୍କାର ପାଇଁ ନିଆଯାଉଥିବା ବେଳେ ହଠାତ ଉଠିପଡିଲା ଶବ ଏଭଳି ଏକ ଆଶ୍ଟର୍ଯ୍ୟଜନକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ର ସୋରଡା ଥାନା ଅନ୍ତର୍ଗତ ଲାଉଖାଲ ଗାଁରେ । ସୂଚନା ଥାଉ କି ଗତ ଦୁଇଦିନ ଧରି ସିମାଞ୍ଚଳ ମଳିକ ଛେଳି ଚରାଇବାକୁ ଯାଇଥିଲେ କିନ୍ତୁ ଆଉ ଫେରିନଥିଲେ । ପରିବାର ଓ ଗାଁ ଲୋକେ ତାଙ୍କୁ ନଫେରିବା ଦେଖି ଖୋଜାଖୋଜି କରିଥିଲେ ସୁଧା ତାଙ୍କର କିଛି ପତା ମିଳିନଥିଲା । ବହୁ ଖୋଜିବା ପରେ ସିମାଞ୍ଚଳ ଙ୍କୁ ଅଚେତ ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା ।


