ପଞ୍ଚମ ଦିବସ ସୁଦ୍ଧା ମୋଟ ୩୬୯ ଜଣଙ୍କୁ ଟୀକା

ବୁଗୁଡା (ଅନିଲ କୁମାର ମହାରଣା): ଜାନୁୟାରୀ ୨୫ ତାରିଖ ପଞ୍ଚମ ଦିବସ ସୁଦ୍ଧା ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୋଟ ୩୬୯ ଜଣଙ୍କୁ ଟୀକା ଦିଆଯାଇଥିବା ଜଣାପଡ଼ିଛି। ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ୪୨୮ ଜଣ ପ୍ରଥମ ଦଫାରେ ଟୀକା ନେବାକୁ ଧାର୍ଯ୍ୟ ହୋଇଥିବା ବେଳେ୨୫ ତାରିଖ ସୁଦ୍ଧା ୩୬୯ ଜଣ ଟୀକା ଗ୍ରହଣ କରିଛନ୍ତି। ଅବଶିଷ୍ଟ ୫୯ ଜଣଙ୍କୁ ୨୮ ତାରିଖ ଓ ପରେ ଦେବାକୁ ଠିକ ହୋଇଥିବା ବେଳେ ବର୍ତ୍ତମାନ ସୁଧା କାହା ନିକଟରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇନଥିବା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ପ୍ରଥମ ଦିନ ୬୦ ଜଣ, ଦ୍ଵିତୀୟ ଦିନ ୧୨୫ ଜଣ, ତୃତୀୟ ଦିନ ୧୦୧ ଜଣ, ଚତୁର୍ଥ ଦିନ ୩୪ ଜଣ ଓ ପଞ୍ଚମ ଦିନ ଅର୍ଥାତ ଜାନୁଆରୀ ୨୫ ତାରିଖ ଦିନ ୪୯ ଜଣ କରୋନା ଯୋଦ୍ଧାଙ୍କୁ କୋଭିଡ ଟୀକା ଦିଆଯାଇଥିବା ବିପିଏମ ବିଶ୍ଵଜିତ ପ୍ରଧାନ ପ୍ରକାଶ କରିଛନ୍ତି। ଆଜି ୨୩ ଜଣ ଆଶା କର୍ମୀ ୨୧ ଅଙ୍ଗନୱାଡି କର୍ମୀ ଓ ସହାୟିକା ଏବଂ ୫ ଜଣ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଟୀକା ନେଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ