ମା’ ସିଂହାସନୀ ଉନ୍ନୟନ କମିଟି ବୈଠକ

ପୋଲସରା (ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ, ପୋଲସରା ବ୍ଲକର ମା’ସିଂହାସନୀ ମନ୍ଦିର ପରିସରରେ ଜାନୁଆରୀ ୨୫ ତାରିଖ ଦିନ ମା’ସିଂହାସନୀ ଉନ୍ନୟନ କମିଟିର ଏକ ବୈଠକ ସଭାପତି ତଥା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ କମିଟିର ସଦସ୍ୟ ପ୍ରଶାନ୍ତ ନାୟକ ଓ ଲମ୍ବୋଦର ମିଶ୍ରଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ଆତ୍ମାର ସଦଗତି କାମନା କରାଯାଇଥିଲା। ଏହାପରେ ମା’ଙ୍କ ପୀଠର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା ହୋଇଥିଲା। ଆଜିର ଆଲୋଚନାରେ ଗେଷ୍ଟ ହାଉସରେ ଏ.ସି. ସଂଯୋଗ, ମିନି ପାର୍କ ନିର୍ମାଣ, ବସ ପାର୍କିଂ ନିର୍ମାଣ, ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ, ପୋଖରୀ ଉନ୍ନତି କରଣ ବିଷୟ ସ୍ଥାନ ପାଇଥିଲା। ଏହି ବୈଠକରେ ପୋଲସରା ବ୍ଲକ ବିଜେଡି ସମ୍ପାଦକ ଅଶୋକ କୁମାର ବିଷୋୟୀ, ସୂର୍ଯ୍ୟ ନାରାୟଣ ପାଢ଼ୀ, ଚନ୍ଦ୍ର ଗୌଡ଼, ମନୋରଞ୍ଜନ ଗୌଡ଼, ରଘୁନାଥ ପ୍ରଧାନ, ବିପିନ ବିହାରୀ ପ୍ରଧାନ, ପାଣ୍ଡିରିପଡ଼ାର ପୂର୍ବତନ ସରପଞ୍ଚ କୈଳାଶ ଚନ୍ଦ୍ର ମହାରଣା, ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର ଶବର ଙ୍କ ସମେତ ଅନ୍ୟ ସଦସ୍ୟ ଓ କର୍ମଚାରୀ ବୃନ୍ଦ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ