ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଯୁବ ଗୋଷ୍ଠୀ ମାନେ ଦେଲେ ନୂଆ ଜୀବନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହରରେ ଦୀର୍ଘ ଦିନ ଧରି ସହର ଏ କୋଣରୁ ସେ କୋଣକୁ ଘୁରି ବୁଲୁଥିବା ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ସହଯୋଗର ହାତ ବଢାଇଛନ୍ତି ଫିରିଙ୍ଗିଆ ସହରର କିଛି ଯୁବଗୋଷ୍ଠୀ। ସମ୍ପୃକ୍ତ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି ଜଣକ ଭଲରେ କିଛି କହି ପାରୁ ନ ଥିବା ବେଳେ ଭଲରେ ଖାଇ ମଧ୍ୟ ପାରୁନାହିଁ। ତେବେ ସେ ଯେତିକି କିଛି କଥା କହୁଛି ତା’ ଭାଷାରୁ ଜଣାପଡ଼ୁଛି ସେ ବାହାର ରାଜ୍ୟର ବ୍ୟକ୍ତି। କିଛିଦିନ ହେଲା ଫିରିଙ୍ଗିଆ ସହରର ବିଭିନ୍ନ ଦୋକାନ ବାରଣ୍ଡାରେ ଶୋଇବା ସହ ଯେ ଯାହା କିଛି ଖାଇବାକୁ ଦେଉଥିଲେ ତାହାକୁ ଖାଉଥିଲା ଓ ବେଳେ ବେଳେ ଦୋକାନକୁ ଯାଇ ମାଗି ଖାଉଥିଲା। ସୋମବାର ଫିରିଙ୍ଗିଆ ସହରର ନୂଆ ବସଷ୍ଟାଣ୍ଡ ନିକଟରେ ଏକ ମୋଟରସାଇକେଲ ଗ୍ୟାରେଜ କରିଥିବା ଶକ୍ତି ଦିଗାଳ ନାମକ ଜଣେ ଯୁବକଙ୍କ ନେତୃତ୍ୱରେ ଅଞ୍ଚଳର କିଛି ଯୁବକ ସମ୍ପୃକ୍ତ ବ୍ୟକ୍ତିର ଚୁଟି କାଟିବା ସହ ତାକୁ ସଫାସୁତୁରା କରି ପନ୍ଧିବା ପାଇଁ ନୂତନ ବସ୍ତ୍ର ଦେଇଥିଲେ। ଏହା ସହ ଯୁବକ ଜଣକୁ ଏକ ଘରେ ରଖି ଖାଇବାକୁ ମଧ୍ୟ ଦେଇଥିଲେ। ତେବେ ଏହି ମାନସିକ ବିକାର ଗ୍ରସ୍ତ ରୋଗିର କୈାଣସି ପରିଚୟ ମିଳିପାରି ନଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସ୍ୱଧାର ଗୃହକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଥିବା ଯୁବଗୋଷ୍ଠିମାନେ ପ୍ରକାଶ କରିଛନ୍ତି। ଯେଉଁଦିନ ପର୍ଯ୍ୟନ୍ତ ତାହାର ସ୍ୱଧାର ଗୃହରେ ରହିବା ପାଇଁ ବ୍ୟବସ୍ଥା ହୋଇନାହିଁ , ସେହିଦିନ ପର୍ଯ୍ୟନ୍ତ ଏହି ଯୁବ ଗୋଷ୍ଠି ତାଙ୍କର ଖାଇବା ପିଇବା ଓ ରହିବା ବ୍ୟବସ୍ଥା କରିବା ପାଇଁ ମଧ୍ୟ ପଦକ୍ଷେପ ନେଇଛନ୍ତି। ଏହି ଯୁବ ଗୋଷ୍ଠୀମାନଙ୍କର ଏଭଳି କାର୍ଯ୍ୟକୁ ସଂପୃକ୍ତ ଅଞ୍ଚଳରେ ମଧ୍ୟ ବେଶ୍‍ ପ୍ରଶଂସା କରାଯାଇଛି। ସମାଜସେବୀ ସଂଜୟ ଦିଗାଲଙ୍କ ସମେତ ଚନ୍ଦନ ଦିଗାଳ, ଗୈାରବ ମିଖୀ, ବୁଡୁ ଦିଗାଳ, ଯୁବରାଜ ଦିଗାଳ, କୁଞ୍ଜବନ କହଁର ,ରାଜ କୁମାର ନାଏକ, କାହ୍ନା ଦିଗାଳ, ଜନଟି ମହାନନ୍ଦ, ସଗଳ ଦିଗାଳଙ୍କ ସହ ଅନ୍ୟମାନେ ମିଳିମିଶି ଏଭଳି କାର୍ଯ୍ୟକୁ ହାତକୁ ନେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ