କାୟା କଳ୍ପ ଟିମ ର ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ
ଚିକିଟି,(କୁରେଶୁ ସାହୁ): ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ କାୟା କଳ୍ପ ର ଏକ ଟିମ ପରିଦର୍ଶନ କରି ସମୀକ୍ଷା କରିଛନ୍ତି।ଗ୍ରସ୍ତ ପୂର୍ବରୁ ମେଡିକାଲ ପରିସର କୁ ସୁନ୍ଦର ଭାବେ ସଜା ଯାଇଥିଲା ବେଳେ ନୂଆ ବଗିଚା ମଧ୍ୟ ତିଆରି କରାଯାଇ ଭିନ୍ନ ଭିନ୍ନ ଫୁଲ ଗଛ ଲଗା ଯାଇଥିଲା । ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେସିକା ଡ଼ଃ ସଞ୍ଜୁ ଦାସ,ମାତୃ ସ୍ୱାସ୍ଥ୍ୟ ବିଭାଗ ର ବରିଷ୍ଠ ସଂଯୋଜକ ସୌମ୍ୟ ଶ୍ରୀ ମହାପାତ୍ର, ଶିକ୍ଷା ସୂଚନା ଯୋଗା ଯୋଗ ର ବରିଷ୍ଠ ପରାମର୍ଶ ଦାତା ଚକ୍ରଧର ସାହୁ ପ୍ରମୁଖ ମେଡିକାଲ ପରିସର ବୁଲି ସମୀକ୍ଷା କରିଥିଲେ । ଅନ୍ତଃ ବିଭାଗ, ବହିର୍ବିଭାଗ,ନିରାମୟ କେନ୍ଦ୍ର ର ଔଷଧ ବିତରଣ କେନ୍ଦ୍ର, ନିଦାନ କେନ୍ଦ୍ର, ଓପେରସନ ଥିଏଟର, ଲେବର ରୁମ, ଡ୍ରେସିଂ ରୁମ, ଟୀକା କରଣ କେନ୍ଦ୍ର, କୁଷ୍ଠ ଓ ଯକ୍ଷ୍ମା ରୋଗ ବିଭାଗ, ଚକ୍ଷୁ ବିଭାଗ, ictc ବୁଲି କର୍ମଚାରୀ ଙ୍କ ସହ ଆଲୋଚନା ଓ ପର୍ଯ୍ୟାଲୋଚନା କରିଛନ୍ତି । କର୍ମଚାରୀ ମାନଙ୍କ ସହ ଆଲୋଚନା କରି କାର୍ଯ୍ୟ ଦକ୍ଷତା କୁ ମଧ୍ୟ ପରିକ୍ଷଣ କରିଥିଲା ଟିମ । ଡ଼ଃ ମୋନଜ କୁମାର ପାଢୀ, ଡ଼ଃ ମନୋରଞ୍ଜନ ପଣ୍ଡା, ବି ପି ଏମ ରାମଚନ୍ଦ୍ର ସାହୁ, ପି ହେଚ ଇ ଓ ଶୁଭଲଷ୍ମୀ ମହନ୍ତ ପ୍ରମୂଖ ସ୍ଵାଗତ କରି ହସ୍ପିଟାଲ ର ସମସ୍ତ କାୟା କଳ୍ପ ର ସୂଚନା ଦେଇଥିଲେ।ବାହ୍ୟ ପରିବେଶ, ଜଳ ଯୋଗାଣ, ମୋନରଞ୍ଜନ ବ୍ୟବସ୍ଥା,ରୋଗୀ ପରିଜନ ପାଇଁ ବ୍ୟବସ୍ଥା, ବାହ୍ୟ ବର୍ଯ୍ୟାବସ୍ତୁ ପରିଚାଳନା ଉପରେ ଗୁରୁତ୍ୱଆରୋପ କରିଥିଲା ଟିମ ।


