ଦୁର୍ଗା ଚରଣ ମେମୋରିଆଲ କ୍ରିକେଟ୍ ୨୦୨୧ ଯୁଗାନ୍ତକାରୀ ଯୁବ ସଂଗଠନ ଆନୁକୁଲ୍ୟରେ ଅନୁଷ୍ଠିତ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ଭୁବନେଶ୍ୱର ଉପକଣ୍ଠ ଇଟିପୁର ପଞ୍ଚାୟତର ଜୟପୁରଠାରେ ଦୁର୍ଗା ଚରଣ ମେମୋରିଆଲ କ୍ରିକେଟ-୨୦୨୧ ଯୁଗାନ୍ତକାରୀ ଯୁବ ସଂଗଠନ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟିକପଡ଼ାର ଫାଟଂମ୍ ଟିମ୍ ବିଜେତା ହୋଇଥିବା ବେଳେ ନୂଆଗାଁ କ୍ରିକେଟ୍ ଟିମ୍ ରନର୍ସ ଅପ୍ ହୋଇଥିଲା । ଫାଇନାଲ ମ୍ୟାଚରେ ଫାଟଂମ୍ ଟିମ୍ ବ୍ୟାଟିଂ୍ କରି ୫୩ ରନ୍ ସଂଗ୍ରହ କରିଥିବା ବେଳେ ନୂଆଗାଁ ଟିମ୍ ସବୁ ୱିକେଟ ହରାଇ ମାତ୍ର ୩୬ରନ୍ରେ ଅଲ୍ ଆଉଟ୍ ହୋଇଥିଲେ । ସମାପନ ଉତ୍ସବରେ ଅତିଥି ଭାବେ ବିଧାୟକ ସୁରେଶ କୁମାର ରାଉତରାୟ, ଦୁର୍ଗାଚରଣ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ରଶ୍ମୀ ମହାପାତ୍ର, ଜିଲ୍ଳା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ଶିଶୁପାଳଗଡ଼ ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ ଚମ୍ପତି ଓ ସମାଜସେବୀ ଆଲୋକ କୁମାର ସାହୁ ଯୋଗଦେଇ ଉତ୍ସାହିତ କରିଥିଲେ । ଅତିଥିମାନେ ବିଜେତା ଓ ରନର୍ସ ଅପ ଟିମ୍କୁ ପୁରଷ୍କୃତ କରିବା ସହ ଶିବ ସୁନ୍ଦର ଦାସଙ୍କୁ ମ୍ୟାନ୍ ଅଫ ଦି ସିରିଜ ଭାବେ, ମ୍ୟାନ୍ ଅଫ ଦ ମ୍ୟାଚ୍ ଭାବେ ଜିତେନ୍ଦ୍ର ସ୍ୱାଇଁ ପୁରଷ୍କୃତ ହୋଇଥିଲେ । ଏହାକୁ ଦିବ୍ୟସିଂହ ଜେନା, କ୍ଷିରୋଧ ବେହେରା, ଯଦୁମଣି ବେହେରା ଓ ସଭ୍ୟମାନେ ପରିଚାଳନା କରିଥିଲେ ।


