ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ସହୀଦ ଦିବସ ପାଳିତ

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ସହୀଦ ଦିବସ ପାଳିତ ହୋଇଯାଇଛି । ମହାତ୍ମା ଗାନ୍ଧୀଙ୍କ ୮୦ତମ ପୁଣ୍ୟତିଥିକୁ ସହୀଦ ଦିବସ ଭାବେ ପାଳନ କରାଯାଇଛି । ଏନ.ସି.ସି.ର ନାଭାଲ ଓ ଆର୍ମି ୱିଂସର ସମର ଶିକ୍ଷାର୍ଥୀ ମାନଙ୍କ ଗହଣରେ ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ଉପଲକ୍ଷେ ସହୀଦ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ.ବୃଷକେତୁ ଦାସ ସହୀଦ ଦିବସ ପାଳନର ଯଥାର୍ଥାତତା ଓ ତାତ୍ପର୍ଯ୍ୟ ସମ୍ପର୍କରେ ଉଦ୍‌ବୋଦନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଏନ୍‌.ସି.ସି.ଅଧିକାରୀ ହରିହର ଦାସ ଓ ଜଗନ୍ନାଥ ପଟ୍ଟନାୟକ ପରିଚାଳନା କରିଥିଲେ । ଶିକ୍ଷକ ଆର୍‌.ରମେଶ, ଜିକୋରିଆ ଶବର, ମୀନାକ୍ଷୀ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ