ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ;ଯାଜପୁରକୁ ହରାଇ ଭୁବନେଶ୍ୱର ସେମିରେ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଯଶୋଟିକିରି ଖେଳ ପଡିଆ ଠାରେ ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଦ୍ୱିତୀୟ କ୍ୱାଟରଫାଇନାଲ ମ୍ୟାଚ ଟାଉନ କ୍ଲବ ଭୁବନେଶ୍ୱର ସହିତ ସ୍ପୋର୍ଟ୍ସ ଏକାଡେମୀ ଯାଜପୁରରୋଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିତି ଟାଉନ କ୍ଲବ ଭୁବନେଶ୍ୱର ନିର୍ଦ୍ଧାରିତ ୨୫ଓଭରରେ ୮ଗୋଟି ଉଇକେଟ ହରାଇ ୨୮୯ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ବିଶାଲ କର ବ୍ୟକ୍ତିଗତ ୩୪ଟିବଲରୁ ୯୬, ମାନସ ଦାସ ୩୩ବଲରୁ ୫୭ ଓ ଅଶି୍ୱନୀ ମହାପାତ୍ର ୩୪ଟି ବଲରୁ ୫୬ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳ ପକ୍ଷରୁ ପ୍ରିତମ ସିଂ ୫ଓଭର ବୋଲିଂ କରି ୬୬ରନ ଦେଇ ୩ଉଇକେଟ ପାଇଥିଲେ । ଜବାବରେ ସ୍ପୋର୍ଟ୍ସ ଏକାଡେମୀ ୨୪ଓଭରରେ ସମସ୍ତ ଉଇକେଟ ହରାଇ ୧୫୨ରନ କରି ପରାଜିତ ହୋଇଥିଲା । ଦଳପକ୍ଷରୁ ପ୍ରିତମ ସିଂ ୩୨ରନ ଓ ଅଙ୍କିତ ପଣ୍ଡା ୨୫ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ସୁଜନ ଦାସ ୫ଓଭର ବୋଲିଂ କରି ୨୪ରନ ଦେଇ ୪ଉଇକେଟ ପାଇଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ବିଶାଲ କରଙ୍କୁ ପୁରସ୍କୃତ କରାଯାଇଥିଲା । କାଳନ୍ଦୀ ପଣ୍ଡା ଓ ଦୁର୍ଗା ପ୍ରସାଦ ପଟ୍ଟନାୟକ ଅମ୍ପେୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ଦେବାଶିଷ ରଥ, ସୌମ୍ୟ ବର୍ଦ୍ଧନ, ମାନସ ନନ୍ଦ ଓ ଭାଷ୍ୟକାର ଭାବେ ଦିଲ୍ଲୀପ ପୃଷ୍ଟି ଓ ପ୍ରତ୍ୟୁଷ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ଦ୍ୱିତୀୟ ଦିବସ ଖେଳକୁ କ୍ଲବର ସଭାପତି ତପନ ପ୍ରଧାନ, ସମ୍ପାଦକ ପ୍ରତାପ ପଣ୍ଡା, ମ୍ୟାନେଜର ଉମେଶ ସ୍ୱାଇଁଙ୍କ ସମେତ ମାନସ ରଞ୍ଜନ ପଣ୍ଡା, କୈଳାସ ଦ୍ୱିବେଦୀ, ସୁଧାଂଶୁ ରାଉତ, ପ୍ରଭାସ ରାଉତରାୟ, ଅବିନାଶ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ