ହିଞ୍ଜିଳିକାଟୁ ଅଂଚଳର ବହୁ ବ୍ୟାଙ୍କରେ ନାହିଁ ପାର୍କିଂ ବ୍ୟବସ୍ଥା , ଗ୍ରାହକ ହଟହଟା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଂଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଚିତ ହିଂଜିଳିକାଟୁ ପୌରାଂଚଳ ମଧ୍ୟରେ ଅବସ୍ଥାପିତ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ସମ୍ମୁଖରେ ଏବେ ଗାଡ଼ି ମଟର ରଖିବା ପାଇଁ ଗ୍ରାହକଙ୍କୁ ଅନୁମତି ମିଳୁନି । ପ୍ରମୁଖ ବ୍ୟାଙ୍କ ସମ୍ମୁଖରେ କିମ୍ବା ପ୍ୱାଶ୍ୱର୍ରେ କୌଣସି ସୁବିଧା ନଥିବାରୁ ବାହାର ଅଂଚଳରୁ ବ୍ୟାଙ୍କକୁ ଆସୁଥିବା ହଜାର ହଜାର ଗ୍ରାହକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ଗ୍ରାହକ ମାନେ ବାରମ୍ବାର ବ୍ୟାଙ୍କ କର୍ତୁପକ୍ଷ ଏବଂ ବ୍ୟାଙ୍କ ପାଇଁ ଘର ଭଡ଼ା ଦେଇଥିବା ଘର ମାଲିକ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କାହାର ଏଥି ପ୍ରତି ଦୃଷ୍ଟି ପଡୁନି । ଫଳରେ ଗ୍ରାହକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସ୍ଥାନୀୟ ପୌରାଂଚଳ ସିନେମାହଲ ଛକ ସ୍ଥିତ ୟୁନିୟନ ବ୍ୟାଙ୍କ ଶାଖା-୨ (ପୂର୍ବରୁ ଆନ୍ଧ୍ରା ବ୍ୟାଙ୍କ ନାମରେ ନାମିତ ହୋଇଥିଲା)କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଙ୍କର ଶାଖା କାର୍ଯ୍ୟାଳୟ ପରିସରରେ ପାର୍କିଂ ବ୍ୟବସ୍ଥା ନଥିବା ଦେଖିବାକୁ ମିଳିଛି । ଅଭିଯୋଗ ମୁତାବକ ହିଂଜିଳିକାଟୁ ପୌରାଂଚଳ ମଧ୍ୟରେ ୮ ଗୋଟେି ରାଷ୍ଟ୍ରାୟତ ବ୍ୟାଙ୍କ ସମେତ ଭାରତୀୟ ଜୀବନ ବୀମା ନିଗମର କାର୍ଯ୍ୟାଳୟ ରହିଛି । ଏଥି ମଧ୍ୟରୁ ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ୬ ଟି ବ୍ୟାଙ୍କ ରହିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ପଂଜାବ ନ୍ୟାସନାଲ ବ୍ୟାଙ୍କକୁ ବାଦ ଦେଲେ ଏକ୍ସିସ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଆନ୍ଧ୍ରା ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇସିଆସିଆଇ ବ୍ୟାଙ୍କର ଶାଖା କାର୍ଯ୍ୟାଳୟ ରହିବା ସହ ଭାରତୀୟ ଜୀବନ ବୀମା ନିଗମର କାର୍ଯ୍ୟାଳୟ ରହିଛି । ଉକ୍ତ ବ୍ୟାଙ୍କର ଶାଖା କାର୍ଯ୍ୟାଳୟ ଗୁଡ଼ିକୁ ପ୍ରତ୍ୟେହ ହଜାର ହଜାର ସରକାରୀ କର୍ମଚାରୀ, ପେନସନ ଭୋଗୀ, ବ୍ୟବସାୟୀ ଏବଂ ସାଧାରଣ ଗ୍ରାହକ ନେଣଦେଣ ପାଇଁ ଆସିଥାନ୍ତି । ହେଲେ ଏଠାରେ ଗ୍ରାହକଙ୍କ ଯାନବପାହାନ ରଖିବା ପାଇଁ ଆବଶ୍ୟକ ସ୍ଥାନ ନାହିଁ । ବାଧ୍ୟ ହୋଇ ଗ୍ରାହକ ମାନେ ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ଗାଡ଼ି ମଟର ରଖିଥାନ୍ତି । ଅନେକ ସମୟରେ କେତେକ ଗ୍ରାହକଙ୍କ ବାଇକ ଲୁଟ ହୋଇ ଯାଇଥିବା ବେଳେ କେବେକେବେ ଗ୍ରାହକଙ୍କ ଟଙ୍କା ଛଡ଼ାଇ ନେଇଯିବାର ମଧ୍ୟ ନଜିର ରହିଛି । ଫଳରେ ଗ୍ରାହକଟି ଟଙ୍କା ଉଠାଇ ସୁରକ୍ଷିତ ଅବସ୍ଥାରେ ଘରେ ପଂହଚିବା ନେଇ ଆଶଙ୍କା ସୃଷ୍ଟି ହେଉଛି । ୫୯ ନଂ ଜାତୀୟ ରାଜପଥ ତଥା ସହରର ଅତ୍ୟନ୍ତ ସମ୍ବେଦନଶୀଳ ଅଂଚଳ ଭାବେ ପରିଚିତ ବସଷ୍ଟାଣ୍ଡ ନିକଟସ୍ଥ ଧନୀ କମ୍ପେ୍ଳକ୍ସ ପରିସରରେ ଥିବା ଏକ୍ସିସ ବ୍ୟାଙ୍କ, ବିଜୁ ପଟ୍ଟନାୟକ ଛକରେ ଥିବା ୟୁକୋ ବ୍ୟାଙ୍କ, ନଡ଼ିଆ ବଜାର ମଧ୍ୟରେ ରହିଥିବା ୟୁନିୟନ ବ୍ୟାଙ୍କ, ବିଜୁ ସିନେମାହଲ ନିକଟରେ ସାହେବ କମ୍ପେ୍ଳକ୍ସ ପରିସରରେ ରହିଥିବା ଆନ୍ଧ୍ରା ବ୍ୟାଙ୍କ ଏବଂ ବଇଁଚବଣିଆ ଛକ ନିକଟରେ ରହିଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇସିଆସିଆଇ ବ୍ୟାଙ୍କର ଶାଖା କାର୍ଯ୍ୟାଳୟ ରହିଛି । ପ୍ରତ୍ୟେହ ବ୍ୟାଙ୍କକୁ ସହସ୍ରାଧିକ ବ୍ୟକ୍ତି ଟଙ୍କା ନେଣଦେଣ ପାଇଁ ଆସିବା ସହ ଲକ୍ଷ ଲକ୍ଷ ଟଙ୍କାର କାରବାର କରିଥାନ୍ତି । ଅଧିକାଂଶ ଗ୍ରାହକଙ୍କୁ ବ୍ୟାଙ୍କ ସମ୍ମୁଖରେ ବାଇକ ରଖିବା ପାଇଁ ଜାଗାଟିଏ ନାହିଁ । ଏଥିପାଇର୍ ଅନେକ ଗ୍ରାହକ ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ଗାଡ଼ି ମଟର ରଖିଥାନ୍ତି । ଏଥି ସହ ଅନ୍ୟ କେତେକ ଗ୍ରାହକ ସେମାନଙ୍କ କାର ଓ ଭଡ଼ାରେ ଆଣିଥିବା ଅଟୋକୁ ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ରଖିଥାନ୍ତି କିମ୍ବା ବ୍ୟାଙ୍କ ନିକଟରେ ରହିଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ରଖିଥାନ୍ତି । ବହୁ ସମୟରେ ସଂପୃକ୍ତ ସ୍ଥାନ ଗୁଡ଼ିକଟରେ ଟ୍ରାଫିକ ଜାମ ରହିବା ସହ ଦୃର୍ଘଟଣା ଘଟୁଥିବା ବେଳେ ଅନ୍ୟ କିଛି ସମୟରେ ବ୍ୟବସାୟିକ ପ୍ରତିଷ୍ଠାନ ମାଲିକ ସହ ବ୍ୟାଙ୍କକୁ ଆସୁଥିବା ଗ୍ରାହକଙ୍କ ମଧ୍ୟରେ ଗାଡ଼ି ପାର୍କିଂକୁ ନେଇ ଉଚ୍ଚବାଚ ହେଉଥିବାର ଦେଖିବାକୁ ମିଳୁଛି । ଏଭଳି ଅସୁବିଧାର ସୁଯୋଗ ନେଇ ଅନେକ ସମୟରେ ଗ୍ରାକ ଲୁଟର ଶିକାର ହେଉଥିବା ବେଳେ ବାଇକ ମଧ୍ୟ ଚୋରି ହେଉଥିବାର ଜଣାପଡ଼ିଛି । ସ୍ଥାନୀୟ ପୁଲିସ ପ୍ରଶାସନ, ବ୍ୟାଙ୍କ କର୍ତୁପକ୍ଷ ଓ ବ୍ୟାଙ୍କକୁ ଭଡ଼ା ସୁତ୍ରରେ ଦେିଥିବା ଘର ମାଲିକ ମାନେ ଏହି ସମସ୍ୟାର ସମାଧାନ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ