ଭତ୍ତାଟିଏ ପାଇବା ନିମନ୍ତେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପଦ୍ମନାଭପୁରର ବୃଦ୍ଧ ଓ ବୃଦ୍ଧା
ଛତ୍ରପୁର ,(ଦେବଦତ୍ତ ମହାରଣା): ବାର୍ଦ୍ଧକ୍ୟ ଭତ୍ତା ପାଇବା ନିମନ୍ତେ ସେମାନେ ଯୋଗ୍ୟ ହିତାଧିକାରୀ ଅଟନ୍ତି । ସମସ୍ତଙ୍କ ବୟସ ୬୦ ଡେଇଁଲାଣି । ତେଣୁ ସେମାନଙ୍କୁ ସରକାରଙ୍କ ନିୟମ ମୁତାବକ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ଦାବୀ ନେଇ ମଙ୍ଗଳବାର ପୁରୁଷୋତ୍ତମପୁର ବ୍ଲକ ର ସୁନାଥର ପଞ୍ଚାୟତ ଅନ୍ତର୍ଗତ ପଦ୍ମାବତୀ ଗ୍ରାମର ଯୋଗ୍ୟ ହିତାଧିକାରୀ ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପଦ୍ମାବତୀ ଗ୍ରାମର ଖଗେଇ ବେହେରା(୭୦) , ଧୋବା ନାହାକ (୭୦), କାଂଚନ ବେହେରା (୭୦),ଉର୍ମିଳା ବେହେରା (୬୩), ଚନ୍ଦ୍ରମା ମାହାକ (୬୨), ଖଲିଆ ନାହାକ (୮୦) ବୟସ ହୋଇଯାଇଥିଲେ ମଧ୍ୟ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା ତାଙ୍କୁ ମିଳିପାରିନାହିଁ । ତେଣୁ ତୁରନ୍ତ ସେମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି ।


