ଛେନାପଦି ଛକରେ ଏଚ.ଡି.ଏଫ.ସିର ଏଟିଏମ ଉଦଘାଟିତ

ହାଟଡ଼ିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଛେନାପଦି ଛକରେ ଆଜି ଏଚ.ଡି.ଏଫ.ସି ବ୍ୟାଙ୍କ ପକ୍ଷରୁ ଏକ ୨୪ଘଣ୍ଟିଆ ଏଟିଏମ କାଉଣ୍ଟର ଉଦଘାଟିତ ହୋଇଛି । ବ୍ୟାଙ୍କ ଶାଖା ପରିଚାଳକ ରଜତ କୁମାର ପରିଡାଙ୍କ ସଂଯୋଜନାରେଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହାଟଡିହି ବ୍ଲକର ବିଡିଓ ଜୟଦେବ ଦାସ ମୁଖ୍ୟ ଅତିôତ ଭାବେ ଯୋଗଦେଇ ଏହାକୁ ଆନୁଷ୍ଠଠାନିକ ଭାବେ ଉଦଘାଟନ କରି ଏହାଦ୍ୱାରା ଏ ଅଞ୍ଚଳର ଲୋକମାନେ ଟଙ୍କା ଉଠାଣର ସୁବିଧା ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ଦେବେନ୍ଦ୍ର କୁମାର ଜେନା, ସୁଧାକର ଓଝା, ଡାକ୍ତର ସନ୍ୟାସୀ ସେଠୀ, ସାମ୍ବାଦିକ କିଶୋର ଆଚାର୍ଯ୍ୟ, ଗୋପାଳକୃଷ୍ଣ ରାଉତ, ଅମୀୟ ରଞ୍ଜନ ବରାଳ, ବିକାଶ ବିଶ୍ୱାଳ, ବିଭୁତି ଭୁଷଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ଏକ ଋଣ ମେଳା ଆୟୋଜନ କରାଯାଇ ଗ୍ରାହକ ମାନଙ୍କୁ ସୁବିଧାରେ ବାଇକ, କାର ଓ ଟ୍ରାକ୍ଟର ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିଲା । ଏଥିରେ ପ୍ରଶାନ୍ତ ଦାସ, ବିଶ୍ୱରଞ୍ଜନ ଜେନା, ପାର୍ଥସାରଥି ଜେନା, ଦିଲ୍ଲିପ କୁମାର ରାଉତରାୟ, ବିକ୍ରମ କେଶରୀ ବାରିକ, ବିକାଶ କୁମାର ସାହୁ, ବବ୍ରୁବାହନ ନାୟକ, ପ୍ରକାଶ କୁମାର ସାହୁ, ରାହୁଳ କୁମାର ଘଡେଇ, ବ୍ରହ୍ମାନନ୍ଦ ସାହୁ, ନିରଞ୍ଜନ ତ୍ରିପାଠୀ, ଅଶୋକ ପ୍ରଧାନ, ସୁରେଶ ସାହୁ, ଜିତେନ୍ଦ୍ର ନାୟକ ପ୍ରମୁଖ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ