ଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରାଥମିକ ଚିକିତ୍ସା କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଜିଗିତ୍ସା ହେଲଥ୍‍ କେୟାର ସଂସ୍ଥା ପକ୍ଷରୁ କନ୍ଧମାଳ ଜିଲାର ବିଭିନ୍ନ ସ୍କୁଲ ଓ କଲେଜ ମାନଙ୍କରେ ଏଫ୍‍.ଆର୍‍.ପି (ପ୍ରାଥମିକ ଚିକିତ୍ସା କାର୍ଯ୍ୟକ୍ରମ) ଆରମ୍ଭ ହୋଇଛି। ଏଥିରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନଙ୍କୁ ଜରୁରି କାଳୀନ ସମୟରେ କିଭଳି ଭାବେ ଆଶୁ ଚିକିତ୍ସା କରାଯାଇ ପାରିବ ସେ ନେଇ ସଚେତନ କରାଯାଉଛି। ସାଧାରଣ ଜନତା ଯେଭଳି ଭାବେ ଯେ କୌଣସି ଘଟଣା, ଦୁର୍ଘଟଣା ହେଲେ ତାହାର ଆଶୁ ଚିକିତ୍ସା କରିପାରିବେ ସେନେଇ ମଧ୍ୟ ସଚେତନ କରାଯାଉଛି। ଜିଲା ପରିଚାଳକ ସୁନିଲ୍‍ କୁମାର ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜିଲାରେ କାର୍ଯ୍ୟରତ ୧୦୨ ଓ ୧୦୮ ଆମ୍ବୁଲାନ୍ସର କର୍ମଚାରୀ ମାନେ ଏହି ତାଲିମ୍‍ ପ୍ରଦାନ କରୁଛନ୍ତି। ଇତି ମଧ୍ୟରେ ଜିଲାର ଫୁଲବାଣୀ, ରାଇକିଆ, ଚକାପାଦ, ଶଙ୍କରାଖୋଲ ଭଳି ବିିଭିନ୍ନ ସ୍କୁଲ ଓ କଲେଜରେ ଏହି ସଚେତନ କାର୍ଯ୍ୟକ୍ରମ କରାଯିବା ସହିତ ଟ୍ରାଫିକ୍‍ ଉପରେ ମଧ୍ୟ ସଚେତନ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ