ଜାତୀୟସ୍ତରରେ ପୁରସ୍କୃତ କଣ୍ଠଶିଳ୍ପୀ କୁନା ବାବୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଜାତୀୟସ୍ତରରେ ପୁରସ୍କୃତ କଣ୍ଠଶିଳ୍ପୀ, କଳାକାର ଏବଂ ସାରସ୍ୱତ ସାଧକ ପାରଳାଖେମୁଣ୍ଡିର କୁନାବାବୁ ହଳଧରଙ୍କୁ ଆଜି ପାରଳାଖେମୁଣ୍ଡି ବଡରାଧାକାନ୍ତ ମଠ ପ୍ରାଙ୍ଗଣରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଗଜପତି ଶିଳ୍ପୀ ସମାରୋହ ୨୦୨୧ର ମୁଖ୍ୟ ତଥା ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସମାରୋହରେ ମହନ୍ତ ମହାରାଜ ଯଶୋଦା ନନ୍ଦନ ଦାସଜୀ ମୁଖ୍ୟଅତିଥି ଭାବେ ଯୋଗଦେଇ କଣ୍ଠଶିଳ୍ପୀ କୁନାବାବୁ ହଳଧରଙ୍କୁ କିରଟ ପିନ୍ଧାଇ ଉପଢୈକନ ଓ ପୁଷ୍ପଗୁଛ ଦ୍ୱାରା ସମ୍ମାନିତ କରି ତାଙ୍କରି ବିଭିନ୍ନ ପ୍ରତିଭା ନେଇ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହନ୍ତ ରାମାନନ୍ଦ ଦାସଜୀ ମହାରାଜ, ପଣ୍ଡିତ ନରସିଂହ ଗୌଡ, ଗୁରୁ ନୃସିଂହ ପ୍ରସାଦ ପାଢୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ହଳଧରଙ୍କୁ ପ୍ରଶଂସା କରିବା ସହ ପାରଳାକୁ ଗୌରବ ଆଣିଥିବାରୁ ସାଧୁବାଦ ଜଣାଇ ଉପଢୈକନ ପ୍ରଦାନ କରିଥିଲେ । ଗଜପତି ଜିଲ୍ଲା ଶିଳ୍ପୀ ସମାରୋହରେ ୨୦୨୧ର ଆବାହକ ତନୁଜା ଶତପଥି କୁନାବାବୁ ହଳଧରଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ଏହି ସମାରୋହରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ