ମଦ ଜବତ ,୬ଗିରଫ

ପାରଳାଖେମୁଣ୍ଡି -(ଯୁଗାବ୍ଦ ନ୍ୟୁଜ)-(ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲା ଅବକାରି ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରି ୧୭ ଲିଟର ଦେଶୀ ରନ୍ଧା ମହୁଲ ମଦ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରାଯାଇଛି।  ଜିଲ୍ଲାପାଳ ଅନୁପମ ଶାହା ନିଦ୍ଧେଶକ୍ରମେ ଅବକାରି ଅଧିକାରୀ  ପ୍ରଦୀପ କୁମାର ପାଣିଗ୍ରାହୀ ତତ୍ତ୍ଵବଧାନ ଓ ଅବକାରୀ ନିରୀକ୍ଷକ ପଦ୍ମ ଚରଣ ସାହୁଙ୍କ ନେତୃତ୍ୱରେ ନାରାୟଣପୁର, ପରିଡା, ବାଳିକା, ପାରଳାଖେମୁଣ୍ଡି ଜାଗିଲି ସାହି ଚଢାଉ କରାଯାଇଥିଲା। ବିଭିନ୍ନ ସ୍ଥାନରୁ ୧୭ ଲିଟର ଦେଶୀ ରନ୍ଧା ମହୁଲ ମଦ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ୬ ଜଣ ହେଲେ ପାଡୁକୁ ଲକ୍ଷ୍ମୀ, ହେଲା ପାର୍ବତୀ, ତାଲଗାନା ଧାମୁଡିଙ୍କ ଆମ୍ବା, ବିନିକା ମହାଙ୍କୁଡ, ସୋଲାପୁରମ୍ ଡାଲମା, ଓ ମେଲା ସରୋଜିନୀ ବୋଲି ଜଣା ପଡ଼ିଛି। ଏ ନେଇ ଅବକାରି ବିଭାଗରୁ ୩ ଟି ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଚତାଉରେ ଉପ- ନିରୀକ୍ଷକ ରବିନ୍ଦ୍ର କୁମାର ପ୍ରଧାନ, ଚନ୍ଦ୍ରଶେଖର ପରିଡା , ସହ ଉପ-ନିରୀକ୍ଷକ ଚିତରଞ୍ଜନ ଯେନା, କିଶୋର କୁମାର ରଥ ସମେତ ବହୁ କର୍ମଚାରୀ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ