ନିଶାସକ୍ତ ଚାଳକର ଉନ୍ମୋକ୍ତ କାଣ୍ଡ;ଫେରିବାଲାକୁ ଧକ୍କା, ପୁଲିସକୁ ନାଲିଆଖି
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ନିଶାସକ୍ତ ଭାବେ ସ୍କର୍ପିଓ ନେଇ ଯାଉଥିବାବେଳେ ଅନେକ ପଥଚାରୀଙ୍କୁ ଧକ୍କା ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱର ନିଳଗିରି ଅଞ୍ଚଳର ନିବାଶି ଦ୍ୱିବେଦୀ କେନ୍ଦ୍ରାପଡା ଅଞ୍ଚଳରୁ ଓଡି୦୨ଏଏ୩୧୭୮ ସ୍କର୍ପିଓ ଗାଡି ଚଳାଇ ଘରକୁ ଫେରୁଥିଲେ । ନିଶାସକ୍ତ ଅବସ୍ଥାରେ ଗାଡିଚାଳନା କରୁଥିବାବେଳେ ସେ ପ୍ରାୟ ୪ଗୋଟି ସ୍ଥାନରେ ଲୋକଙ୍କୁ ଧକ୍କା ଦେଇଥିଲା । ସୌଭାଗ୍ୟ ବସତଃ ଦୁର୍ଘଟଣାରେ କେହି ମୃତାହତ ହୋଇନଥିବାବେଳେ ଭଣ୍ଡାରିପୋଖରୀ ଥାନା ଅଞ୍ଚଳ ଛତାବର ଠାରେ ବାସନ ବିକ୍ରୟ କରୁଥିବା ଜଣେ ଫେରିବାଲାକୁ ଏହି ସ୍କର୍ପିଓ ଧକ୍କା ଦେଇଥିଲା । ପରେ ପୋଲିସ ଖବର ପାଇଁ ଗାଡିଟିକୁ ବ୍ଲକ ଛକ ନିକଟରେ ଧରିଥିଲା । ଦୁର୍ଘଟଣାରେ ଶିକାର ହୋଇଥିବା ଧାମନଗର ଅଞ୍ଚଳର ଫେରିବାଲା ଆଶିକ ସାହାଙ୍କ ଅଭିଯୋଗ ଅନୁଯାୟୀ ଥାନାପକ୍ଷରୁ ଗାଡିକୁ ଜବତ କରାଯିବା ସହ ଚାଳକକୁ ଗିରଫ କରାଯାଇଥିଲା । ଥାନାରେ ମଧ୍ୟ ନିଶାସକ୍ତ ଚାଳକ ଜଣକ ପୁଲିସକୁ ନାଲିଆଖି ଦେଖାଇଥିଭା ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବାବେଳେ ୪୯/୨୧ରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି ।


