ମନ୍ତ୍ରୀଙ୍କ ଗ୍ରସ୍ତକୁ ନେଇ ତରବରିଆ ରାସ୍ତା ମରାମତି
ନାଉଗାଁ,(ଓ୍ବାଇଏନ୍ଏସ୍):ଓଡିଶା ଆଦର୍ଶ ବିଦ୍ୟାଳୟ ଭିତି ପ୍ରସ୍ତର ସ୍ଥାପନ ହେଉଥିବା ଅଂଚଳକୁ ବିପର୍ଯ୍ୟସ୍ତ ରାସ୍ତା ରହିଅଛି । ଏହିଠାରେ ଦହିପାଳ ଗ୍ରାମର ପଡାଗ୍ରାମ ବେଲକନ୍ଦା ଅବସ୍ଥିତ । ବର୍ଷାଦିନେ ଏହି ପଡାରୁ ରୋଗୀ ଏବଂ ବୃଦ୍ଧବୃଦ୍ଧା ବାହାରିବା କଷ୍ଟ ସାଧ୍ୟ ହୋଇପଡେ । ଏହି ପଡାକୁ ସଂଯୋଗୀକରଣ ରାସ୍ତା ଥିଲେ ମଧ୍ୟ ଠାକୁ ଠା ଫାଟି ବିପର୍ଯ୍ୟସ୍ତ ହୋଇପଡିଛି । ଉକ୍ତ ରାସ୍ତା ମରାମତି ପାଇଁ ପଡାବାସୀ ବାରମ୍ବାର ଜିଲ୍ଲାପାଳଙ୍କ ଜନଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କଲେ ମଧ୍ୟ ଦୀର୍ଘ ଦିନ ଧରି ମରାମତି କାର୍ଯ୍ୟ ହୋଇ ନଥିଲା । ହେଲେ ମନ୍ତ୍ରୀଙ୍କ ଗ୍ରସ୍ତ ଅଳ୍ପ ସମୟ ବାକି ଥିବା ବେଳେ ତରବରିଆ ଭାବେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟ କରାଯାଇଥିବା ଦେଖାଯାଇଛି ।


