ଫଳକକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
ନାଉଗାଁ,(ଓ୍ବାଇଏନ୍ଏସ୍): ଓଡିଶା ଆଦର୍ଶ ବିଦ୍ୟାଳୟର ଭିତିପ୍ରସ୍ତରରେ ଲଗା ଯାଇଥିବା ଫଳକରେ ପଂଚାୟତ ସମିତି ଉପାଧ୍ୟକ୍ଷା ମାମିନା ଦଳାଇଙ୍କ ନାମ ନଥିବାରୁ ଛାତ୍ର କଂଗ୍ରେସ ପକ୍ଷରୁ ଥାନା ସମ୍ମୁଖରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଉକ୍ତ ସମ୍ମିଳନୀରେ ରାଜ୍ୟ ଛାତ୍ର କଂଗ୍ରେସର ପୂର୍ବତନ ସଂଯୋଜକ ସୁନିଲି ମାଟିଆ ଯୋଗ ଦେଇ ରାଜ୍ୟ ସରକାର ନାରୀଙ୍କୁ ସମ୍ମାନ ସ୍ଳୋଗାନ ଦେଉଥିବା ବେଳେ ଉପାଧ୍ୟକ୍ଷାଙ୍କୁ ଉପେକ୍ଷା କରାଯାଇଥିବା ବେଳେ ସ୍ଥାନୀୟ ବ୍ଳକ ପ୍ରଶାସିକା ବିଡିଓ ରଶ୍ମିରେଖା ମଲ୍ଲିକଙ୍କ ନାମ ନଥିବା ଦେଖିବାକୁ ମିଳିଛି । ସେହିପରି ଉକ୍ତ ବ୍ଳକର ପ୍ରଥମ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁଙ୍କୁ ମଧ୍ୟ ଉପେକ୍ଷା କରାଯାଇଛି । ଯାହାକୁ ଛାତ୍ର କଂଗ୍ରେସ ତରଫରୁ ଦୃଢ ନିନ୍ଦା କରାଯିବା ସହିତ ଆଗାମୀ ଦିନରେ ଏହାକୁ ତିବ୍ର ବିରୋଧ କରାଯିବ ବୋଲି ସୂଚନା ଦେଇଥିଲେ । ଫଳକରେ ନାମ ନଥିବା ସଂପର୍କରେ ବିଭାଗୀୟ ଯନ୍ତ୍ରୀ ଇଂ ବିନୋଦ ତରାଇଙ୍କୁ ପଚାରିବାରୁ ଏହା ସରକାରୀ କାର୍ଯ୍ୟକ୍ରମ ନୁହେଁ ତେଣୁ ଫଳକରେ କାହା ନାମ ରହିଛି ସେ ବିଷୟରେ ଆମେ କହିପାରିବୁ ନାହିଁ ବୋଲି ପ୍ରକାଶ କରିଥିଲେ ।


