ରାଜସ୍ୱ ମାମଲାର ଫଇସଲା ନିମନ୍ତେ ସ୍ୱତନ୍ତ୍ର ଶିବିର

ହାଟଡ଼ିହି, : କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ପକ୍ଷରୁ ମରୈଗାଁ ରାଜସ୍ୱ କାର୍ଯ୍ୟାଳୟ ପରିସରରେ ରାଜସ୍ୱ ମାମଲାର ଫଇସଲା ନିମନ୍ତେ ଏକ ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ ହୋଇଯାଇଛି । ଖବରରୁ ଜଣାଯାଇଛି ଯେ ବିଭିନ୍ନ ତହସିଲରେ ଅନେକ ରାଜସ୍ୱ ମାମଲା ଗୁଡିକ ପଡି ରହିଯାଉଥିବାରୁ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପ୍ରତି ତହସିଲରେ ସ୍ୱତନ୍ତ୍ର ଶିବିର ମାନ ଆୟୋଜନ କରାଯାଇ ମାମଲା ଗୁଡିକର ତୁରନ୍ତ ଫଇସଲା ନିମେନ୍ତ ବ୍ୟବସ୍ଥା କରାଯାଇଛି । ଆଜିମରୈଗାଁ ରାଜସ୍ୱ କାର୍ଯ୍ୟାଳୟ ପରିସରରେ ତହସିଲଦାର ଗାୟତ୍ରୀ ସୋରେନ, ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାସ, ରାଜସ୍ୱ ନିରିକ୍ଷକ ଗାୟତ୍ରୀ ସାହୁ, ତହସିଲ କର୍ମଚାରୀ ବଳରାମ ବାରିକ, ରାଜେନ୍ଦ୍ର ସାହୁ, ଅଭିମନ୍ୟୁ ଭୂୟାଁ, ନିକୁଞ୍ଜ ବିଶ୍ୱାଳ, ହରେକୃଷ୍ଣ ବାରିକ, ରମେଶ ନାୟକ ପ୍ରମୁଖ ଉପସ୍ଥିତ ରହି ମଠ, କପୁଣ୍ଡି, ହାଟଡିହି, ଗୋପ, ଶାସଙ୍ଗ, ମରୈଗାଁ, ଛେନାପଦି ପ୍ରଭୃତି ଗ୍ରାମରୁ ୬୦ରୁ ଉର୍ଦ୍ଧ ଲୋକଙ୍କ ଅଭିଯୋଗ ଶୁଣାଯାଇ ମାମଲାର ଅତିଶୀଘ୍ର ଫଇସଲା ନିମନ୍ତେ ପ୍ରତିଶୃତି ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ