ରୋଟାରୀ ଡ଼ିଷ୍ଟ୍ରିକ୍ଟ ୩୨୬୨ ତରଫରୁ ‘ପରିଚୟ ଏକ ସାକ୍ଷାତକାର’ ଶୀର୍ଷକ ଆଲୋଚନଚକ୍ର

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟିନିଆଲ ତରଫରୁ ରୋଟାରୀ ଡ଼ିଷ୍ଟ୍ରିକ୍ଟ ୩୨୬୨ର ୨୦୨୧-୨୨ ବର୍ଷ ପାଇଁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ନିଜ ନିଜ ମଧ୍ୟରେ ‘ପରିଚୟ ଏକ ସାକ୍ଷାତକାର’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ହୋଟେଲ ଏ.ଏସ୍‌. ଲାଗୁନରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ରୋଟାରୀ ଡ଼ିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶାନ୍ତନୁ କୁମାର ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ରୋଟାରୀୟାନମାନେ ନିଜ ନିଜର କର୍ତ୍ତବ୍ୟ ସଠିକ୍ ରୂପେ ସମ୍ପାଦନ କରିପାରିଲେ ଆମ୍ଭର ଏହି ଡିଷ୍ଟ୍ରିକ୍ଟ ୩୨୬୨ ଅଧିକରୁ ଅଧିକ ଲୋକାଭିମୁଖୀ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରେ ୨୦୨୧-୨୨ ବର୍ଷ ପାଇଁ ଡିଷ୍ଟ୍ରିକ୍ଟ ୩୨୬୨ର କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଡିଷ୍ଟ୍ରିକ୍ଟ ଟ୍ରେନର ପିଡ଼ିଜି ରୋଟାରିୟାନ ଶିବବ୍ରତ ଦାସ, ଡ଼ିଷ୍ଟ୍ରିକ୍ଟ ଓରିଏଣ୍ଟେସନ ଚେୟାର ପିଡ଼ିଜି ରୋଟାରିୟାନ ଭବାନୀ ଚୌଧୁରୀ, ଡ଼ିଷ୍ଟ୍ରିକ୍ଟ ଏକଜ୍ୟୁଟିଭ ସେକ୍ରେଟାରୀ ରୋଟାରିୟାନ ଶ୍ରୀନିବାସ ପୃଷ୍ଟି, ଫାଷ୍ଟ ଲେଡି ରୋଟାରିୟାନ ଝରଣା ଦାସ, ପରିଚୟ ଏକ ସାକ୍ଷାତକାରର ଚେୟାରମ୍ୟାନ ରୋଟାରିୟାନ ଶୁଭକାନ୍ତ ସାମନ୍ତସିଂହାର, କ୍ଲବ ସଭାପତି ରୋଟାରିୟାନ କେ.ସି. ଦାସ ପ୍ରମୁଖ ଯୋଗଦାନ କରି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବା ସହିତ ଡିଷ୍ଟ୍ରିକ୍ଟ ୩୨୬୨କୁ ଅଧିକ ସକ୍ରିୟ ଓ ଲୋକାଭିମୁଖୀ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୩୩ଟି କ୍ଲବର ନିର୍ବାଚିତ ସଭାପତି ଓ ସମ୍ପାଦକମାନେ ଯୋଗଦାନ କରିଥିଲେ । ରୋଟାରିୟାନ ସ୍ମିତା ଶତପଥୀ, ରୋଟାରିୟାନ ଅଜିତ ପାଢୀ, ରୋଟାରିୟାନ ପ୍ରକାଶ ପୃଷ୍ଟି, ରୋଟାରିୟାନ ଶିଶିର ମହାପାତ୍ର, ରୋଟାରିୟାନ ବିଜୟ ପ୍ରହରାଜ, ରୋଟାରିୟାନ ଅଶୋକ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ରୋଟାରିୟାନ ସାକ୍ୟସିଂ ଷଡ଼ଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ