ବିଭିନ୍ନ ସ୍ଥାନରେ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜାର୍ଚ୍ଚନା

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ ମଙ୍ଗଳବାର ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କର ପୂଜା ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ଯୋଗୁଁ ବିଦ୍ୟାଳୟରେ ପୂଜାର୍ଚ୍ଚନା ବନ୍ଦ ରହିଥିବା ଜଣାଯାଇଛି । ବ୍ଳକର ବିଭିନ୍ନ ଗ୍ରାମରେ ଯୁବକ ସଂଘ ଗୁଡିକରେ ମା’ଙ୍କର ମୃଣ୍ମୟ ମୂର୍ତି ନିର୍ମାଣ କରାଯାଇ ପୂଜାର୍ଚ୍ଚନା କରାଯାଇଛି । ଗଙ୍ଗଦା ଗୋବରୀକୂଳର ରୟାଲ ବାଦଶାହ ଗ୍ରୁପ ତରଫରୁ ମା’ଙ୍କର ପୂଜା କରାଯାଇଛି । ସେହିପରି ଗୋଠଦାର ମା ସରସ୍ୱତୀ ୟୁଥ କ୍ଳବ ତରଫରୁ ଏହି ପୂଜା ୩ ଦିନ ଧରି କରାଯିବ ବୋଲି ଜଣାଯାଇଛି । ପ୍ରଥମ ଦିନ କଳସ ଶୋଭାଯାତ୍ରା, ଘଟଣା ସ୍ଥାପନ କରାଯିବା ସହିତ ୨ୟ ଦିନ ସୂର୍ଯ୍ୟ ପୂଜା,ଗୋପୂଜା, ମା’ଙ୍କର ଷୋଡଶ ଉପଚାର ପୂଜା କରାଯିବ । ସେହିପରି ୩ୟ ଦିନ ଯଥାରୀତି ପୂଜାର୍ଚ୍ଚନା କରାଯାଇ ପୂର୍ଣ୍ଣାହୁତି ପ୍ରଦାନ କରାଯିବ ବୋଲି କ୍ଳବ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପୂଜା ମଣ୍ଡପ ଗୁଡିକରେ କୋଭିଡ କଟକଣାକୁ ମାନି ପୂଜା କରାଯାଉଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ