ସଡକ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ
ସୋରଡା,(ରଜନୀ କାନ୍ତ ମହାପାତ୍ର):ସୋରଡା ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଅୟୋଜିତ କରାଯାଇଛି ।ୟୁଥ ରେଡ଼କ୍ରସ କାଉନସିଲର ଅଧ୍ୟାପକ ରାମଚନ୍ଦ୍ର ବିଷୋୟୀଙ୍କ ତତ୍ୱାବଧାନରେ ଅୟୋଜିତ ଏକ କାର୍ଯ୍ୟକ୍ରମରେ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।ଅଧ୍ୟକ୍ଷ ଅନୀଲ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସୋରଡା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ଏହି ଅବସରରେ ଛାତ୍ରଛାତ୍ରୀଙ୍କର ଏକ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା । ବିଭିନ୍ନ ପ୍ଲାକାର୍ଡ ମାନ ଧରି ଛାତ୍ରଛାତ୍ରୀମାନେ ସଡକ ସୁରକ୍ଷା ସଚେତନତାର ସ୍ଲୋଗାନଦେଇ ଜରଉ ଛକ, ବ୍ଲକଲାଇନ, ସୋରଡା ଥାନା,ଗଣିଛକ,ରଥଛକ, ବଡ଼ଦାଣ୍ଡ, ଆଡ଼ପମଣ୍ଡପ,ଶଶୀଭୂଷଣଛକ, କାଳି ମନ୍ଦିର ରାସ୍ତାଦେଇ ବିଦ୍ୟାଳୟରେ ପହଞ୍ଚିଥିଲା ।ୟୁଥ ରେଡ଼କ୍ରସ କାଉନ୍ସିଲର ଅଧ୍ୟାପକ ରାମଚନ୍ଦ୍ର ବୋଷୋୟୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅଧ୍ୟାପକ ସିତାରାମ ଗୌଡ଼, ଅଧ୍ୟାପକ ବିଶ୍ୱେଶ୍ୱର ମହାପାତ୍ର, କର୍ମଚାରୀ ଅରୁଣ କୁମାର ସ୍ୱାଇଁ, ମିନତୀ ପଣ୍ଡା,ରବୀନ୍ଦ୍ର କୁମାର ପ୍ରଧାନ ଓ ଟୁନା ନାୟକ ପ୍ରମୁଖ ସହଯୋଗ କରିଥିଲେ |


