ତୁରନ୍ତ ଧାନ କିଣିବା ଦାବୀ ନେଇ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କଲେ ଚାଷୀ
ଛତ୍ରପୁର,(ଦେବଦତ୍ତ ମହାରଣା) : ଆର. ବାହାଡାପଲ୍ଲୀ ସୋସାଇଟି ଅଧିନରେ ଥିବା ସାବୁଳିଆ ପଂଚାୟତର ଚାଷୀମାନଙ୍କର ଟୋକନ ଅବଧି ଫେବୃୟାରୀ ୨୦ରେ ସମାପ୍ତ ହୋଇଯିବ । ଏନେଇ ଟୋକନ ମିଳିଥିବା ୯ ଜଣ ଚାଷୀଙ୍କ ଧାନ କିଣିବା ସହ ପଂଞ୍ଜିକୃତ ହୋଇଥିବା ସମସ୍ତ ଚାଷୀମାନଙ୍କ ଧାନ ତୁରନ୍ତ କିଣିବା ଦାବୀ ନେଇ ଆଜି ବହୁ ଚାଷୀମାନେ ଛତ୍ରପୁର ଆସି ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତିଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ପଞ୍ଚାୟତର ବହୁ ଚାଷୀ ମାନଙ୍କୁ ମିଳିଥିବା ଟୋକନ୍ ର ଅବଧି ଗତ ୨୦.୦୧.୨୦୨୧ ଠାରୁ ୨୦.୦୨.୨୦୨୧ ରିଖ ପର୍ଯ୍ୟନ୍ତ ରହିଛି । ତେଣୁ ଚାଷୀମାନଙ୍କ ଧାନକୁ ତୁରନ୍ତ କିଣାଗଲା ସେମାନେ ଉପକୃତ ହେବେ । ନଚେତ୍ ଆଗାମୀ ଦିନ ରେ ବଡଧରଣ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି । ଏଥି ନନିମନ୍ତେ ପ୍ରଶାସନ ଦାୟୀ ରହିବ । ଏହି ଦାବି ପତ୍ର ପ୍ରଦାନ ବେଳେ ନବ ନିର୍ମାଣ କୃଷକ ସଂଗଠନର ଇଜୁ ଆମିନ୍ ଖାନ୍, କିଶୋର ଚନ୍ଦ୍ର ସାହୁ, ରଙ୍କନାଥ ପାତ୍ର,ଖଗେଶ୍ୱର ଚାନ୍ଦ, ଦୁର୍ଗା ଚରଣ ସାହୁ, ଚାଷୀ ମନୋଜ କୁମାର ସାହୁ,କବିରାଜ ସାହୁ, କୃଷ୍ଣ ଚନ୍ଦ୍ର ମହାନ୍ତି,ବିପିନ ତରାଇ, କବିରାଜ ନାହାକ,ସନ୍ୟାସୀ ନାହାକ,ରାଜୁ ତରାଇ ଓ ଲକ୍ଷ୍ମୀଧର ସାହୁ ଙ୍କ ସମେତ ବହୁ ଚାଷୀ ମାନେ ଉପସ୍ଥିତ ଥିଲେ । ପଞ୍ଚାୟତର ପଂଜିକୃତ ଚାଷୀମାନେ ଆର.ବାହାଡାପଲ୍ଲୀ ସୋସାଇଟି ଜରିଆରେ ଧାନ ବିକ୍ରି କରନ୍ତି ।