ଗଜପତି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ପୌରପରିଷଦର ସମସ୍ତ ୱାର୍ଡରେ ମଶା ଦଂଶନରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ପରିିପ୍ରେକ୍ଷୀରେ ୱାର୍ଡ ନମ୍ବର ୯ର ବେବର୍ତ୍ତା ସାହି ଠାରେ ଥିବା ଅଙ୍କସାହି ଉ.ପ୍ରା. ବିଦ୍ୟାଳୟ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ମଶାରୀ ବଣ୍ଟନ ହୋଇଯାଇଛି । ମଶା ମାଛି ଦାଉରୁ ରକ୍ଷା ପାଇବାପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏହିପରି ଭାବେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ମଶାରୀ ଗୁଡିକ ଔଷଧୀୟ ପ୍ରକ୍ରିୟାକରଣ କରାଯାଇ ଜନ ସାଧାରଣଙ୍କ ମଧ୍ୟରେ ବଣ୍ଟନ କରାଯାଉଛି । ଏହି ଔଷଧୀୟ ପ୍ରକ୍ରୀୟକରଣ ଯେପରି କରାଯାଇଛି ତାହା ମଶାଙ୍କ ଦାଉରୁ ରକ୍ଷା କରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ । ଏହି ମଶାରୀ ବଣ୍ଟନ ପ୍ରକ୍ରିୟା ପାରଳାଖେମୁଣ୍ଡି ପୌରପରିଷଦ ବ୍ୟତୀତ ଅନ୍ୟାନ୍ୟ ସମସ୍ତ ଗ୍ରାମାଞ୍ଚଳରେ ମଧ୍ୟ କରାଯିବ ବୋଲି ଜଣାପଡିଛି । ପ୍ରତି ପରିବାର ପାଖରେ ଏହି ଐଷଧି ମଶାରୀ କିପରି ପହଞ୍ôଚବ ଏବଂ ଲୋକମାନେ ମଶା ଦାଉରୁ କିପରି ରକ୍ଷା ପାଇବେ ସେଥିପାଇଁ ସମସ୍ତ ଯୋଜନା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ କରାଯାଇଛି । ଏହା ଦ୍ୱାରା ମଶାଙ୍କ ଦ୍ୱାରା ବ୍ୟାପୁଥିବା ବିଭିନ୍ନ ରୋଗରୁ ଲୋକମାନେ କିପରି ରକ୍ଷା ପାଇବେ ସେଥିପାଇଁ ପ୍ରଶାସନ ପକ୍ଷରୁ ଏପରି ବ୍ୟବସ୍ଥା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ