ବଉଳପାଟଣାରେ ସମ୍ବର୍ଦ୍ଧନା ଉତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଂଚାୟତର ବଉଳପାଟଣା ଗ୍ରାମର ମା ବୃନ୍ଦାବତୀ ଯୁବକ ସଙ୍ଘ ପକ୍ଷରୁ ଅନୁଷ୍ଠିତ ସରସ୍ୱତୀପୂଜା ଅବସରରେ ଜିଲ୍ଲା ତଥା ରାଜ୍ୟର ସୁନାମଧନ୍ୟ କଣ୍ଠଶିଳ୍ପିମାନଙ୍କୁ ଏକ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉପଲକ୍ଷେ ସଙ୍ଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ପୈାରହିତ୍ୟରେ ଏବଂ ଯୁବକ ସଙ୍ଘର ସଭାପତି ତଥା ଜିଲ୍ଲା କଲ୍ୟାଣ ବିଭାଗର ସଂଯୋଜକ ବଳରାମ ପାଢୀ, ସମ୍ପାଦକ ପ୍ରକାଶ କୁମାର ବେହେରା, ଉପସଭାପତି ଦିଲ୍ଲିପ ଦାସ, କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ବେହେରା, ଯୁଗ୍ମ ସମ୍ପାଦକ ଦେବ ପ୍ରସାଦ ଜେନାଙ୍କ ସମେତ କର୍ମକର୍ତ୍ତାମାନେ ଯୋଗଦେଇ ଗ୍ରାମାଚଂଳରେ ଓଡିଶାର କଳା ଓ ସଂସ୍କୃତି କିପରି ଅଭିବୃଦ୍ଧି ହୋଇପାରିଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଭରତପୁର ଗ୍ରାମର ସାଂସ୍କୃତିକ ଅନୁଷ୍ଠାନ ବାଗଦେବୀ କଳାମନ୍ଦିରର କଣ୍ଠଶିଳ୍ପିମାନଙ୍କ ଦ୍ୱାରା ସଂଗୀତର ବିଶେଷ କାର୍ଯ୍ୟକ୍ରମ “ରଜନୀଗନ୍ଧା” ପରିବେଷଣ କରାଯାଇଥିଲା । ଓଡିଶାର ଲବ୍ଧ ପ୍ରତିଷ୍ଠିତ ଗାୟୀକା ସାଗରୀକା ମହାନ୍ତି, କଣ୍ଠଶିଳ୍ପି ଦିବ୍ୟାଦର୍ଶିନୀ ମହାନ୍ତି, ରାନୁ ରାଉତ, ମନୋରଞ୍ଜନ ସାହୁ, ଅଶୋକ ମହାନ୍ତି ଏବଂ ବାଦ୍ୟଯନ୍ତ୍ର ଶିଳ୍ପି ବୋନସ ମଲିକ, ହରିହର ମଲିକ, ଅର୍ଗାନ ବାଦକ ହିମାଂଶୁ ଶେଖର କର ପ୍ରମୁଖଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର, ପୁଷ୍ପମାଲ୍ୟ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କେନ୍ଦ୍ରାପଡା ମାଟିର ସୁଯୋଗ୍ୟ ପ୍ରତିଭା ଚିର ସବୁଜ ଅକ୍ଷୟ ମହାନ୍ତି, ଭଜନ ସମ୍ରାଟ ଭିକାରୀ ବଳଙ୍କ ସଂଗୀତ ଗୁଡିକ ପରିବେଷଣ କରାଯାଇ ଅତିତର ଅଭୁଲା ସ୍ମୃତିକୁ ସ୍ମରଣ କରାଯାଇଥିଲା । ସରକାରଙ୍କ କୋଭିଡ ନୀୟମକୁ ଅନୁପାଳନ ପୂର୍ବକ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ