କର୍କଟ ପିଡୀତଙ୍କ ଉଦେଶ୍ୟରେ ଓମ୍ପିରେ ପ୍ରତିଷ୍ଠା ହେଲା ସମାଜମଙ୍ଗଳ ହୁଣ୍ଡି

କଟକ, (ଓ୍ବାଇଏନ୍ଏସ୍):ସମାଜରେ ଅସହାୟ କର୍କଟ ପୀଡିତ/ପିଡିତାମାନଙ୍କ ଉଦେଶ୍ୟରେ ରାଜ୍ୟରେ ପ୍ରତିଷ୍ଠା କରାଯାଇଥିବା ସମାଜମଙ୍ଗଳ ହୁଣ୍ଡି କଟକ ଯୁବ ମଞ୍ଚ ଆନୁକୂଲ୍ୟରେ ଓମ୍ପି ଛକଠାରେ ପ୍ରତିଷ୍ଠା କରାଯାଇଛି , ଓଡିଶା ସମାଜସେବୀ ମହାସଙ୍ଘ ର ରାଜ୍ୟ ସଭାପତି ତଥା ସମାଜମଙ୍ଗଳ ହୁଣ୍ଡିର ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସମାଜସେବୀ ପ୍ରଭାସ ଆଚାର୍ଯ୍ୟ ଯୋଗଦେଇଥିଲେ ବେଳେ ସମ୍ମାନିତ ଅତିଥିଭାବେ ବିଶିଷ୍ଟ ସମାଜସେବୀ ଧୀରେନ ରାଉତରାୟ , ସମାଜସେବୀ ରାଧାନାଥ ରାୟ , ଚିତ୍ତରଂଜନ ଦାସ , ସୁକାନ୍ତ ଚନ୍ଦ୍ର ସାହାଣୀ , ବିଜୟ କୁମାର ମଲ୍ଲିକ , ସୌମ୍ୟଦୀପ ଘୋଷ , ଲଳିତ ମହାନ୍ତି ,ପ୍ରଭାତ ମଲ୍ଲିକ , ରାଜ୍ୟ ଯୁବ କଂଗ୍ରେସ ମୁଖପାତ୍ର ଶ୍ରୀମତୀ ଅମ୍ବ୍ରିତା ରାୟ ପ୍ରମୁଖ ଯୋଗଦେଇଥିଲେ , ରାଜ୍ୟ ସମାଜମଙ୍ଗଳ ହୁଣ୍ଡିର ମୁଖ୍ୟ ସଂଯୋଜକ ତନ୍ମୟ ସାମନ୍ତରାୟ ଯୋଗଦେଇ କହିଥିଲେ ଯେ ମିଳିତଭାବେ ସମାଜସେବା କରିବାର ଏହି ହୁଣ୍ଡି ଏକ ଅଭିନବ ଉପାୟ , ନିଜର ବଦଖର୍ଚ୍ଚରୁ ଯଦି କିଛି ଏହି ହୁଣ୍ଡିରେ ଅର୍ଥରାଶି ପକାଯାଏ ନିଶ୍ଚିତଭାବେ ଏହି ଅର୍ଥ ଜଣେ ଅସହାୟ କର୍କଟ ପିଡ଼ିତଙ୍କୁ ଟିକେ ସହାୟ ହୋଇପାରିବ , ଏକ ଛୋଟିଆ ସାହାଯ୍ୟ କାହାର ମୂଲ୍ୟବାନ ଜୀବନ ବଞ୍ଚାଇଦେଇପାରେ , କାର୍ଯ୍ୟକ୍ରମ ରେ ଧନ୍ୟବାଦ ଅର୍ପଣ କରିଥିଲେ ଓମ୍ପି ସମାଜମଙ୍ଗଳ ହୁଣ୍ଡିର ସଭାପତି ଲିପିକା ରାୟ ଓ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଓମ୍ପି ସମାଜମଙ୍ଗଳ ହୁଣ୍ଡିର ସଂଯୋଜକ ରଞ୍ଜନ କୁମାର ବେହେରା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ